ପାକିସ୍ତାନକୁ ୨ ୱିକେଟ୍‌ରେ ପରାସ୍ତ କଲା ଶ୍ରୀଲଙ୍କା

ପାକିସ୍ତାନକୁ ୨ ୱିକେଟ୍‌ରେ ପରାସ୍ତ କଲା ଶ୍ରୀଲଙ୍କା  । ସୁପର-୪ ମ୍ୟାଚ୍‌ରେ ଶ୍ରୀଲଙ୍କା ୨ ୱିକେଟ୍‌ରେ ପାକିସ୍ତାନକୁ ପରାସ୍ତ କରିଥିଲା। ପାକିସ୍ତାନ ପକ୍ଷରୁ ଧାର୍ଯ୍ୟ ୨୫୨ ରନ୍‌ର ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା ଶେଷ ବଲ୍‌ରେ ଜିତିଥିଲା।  ବର୍ଷା ଅଟକିବା ପରେ ମ୍ୟାଚ୍‌କୁ ୪୫ ଓଭର କରାଯାଇଥିଲା। ପାକିସ୍ତାନ ଟସ୍‌ ଜିତି ବ୍ୟାଟିଂ କରିଥିଲା। କିନ୍ତୁ ୨୭.୪ ଓଭରରେ ବ‌ର୍ଷା ପୁଣି ପ୍ରତିବଂଧକ ସାଜିବାରୁ ପରବର୍ତ୍ତୀ ସମୟରେ ଏହାକୁ ୪୨ ଓଭର କରାଯାଇ ପୁନଃ ଆରମ୍ଭ ହୋଇଥିଲା। ସେତେବେଳେକୁ ପାକିସ୍ତାନ ୧୩୦/୫ରେ ସଂଘର୍ଷ କରୁଥିଲା। ପାକିସ୍ତାନ ୪୨ ଓଭରରେ ୨୫୨ ରନ କରିଥିଲା । ମହମ୍ମଦ ରିଜୱାନ-୮୬*, ଅବଦୁଲ୍ଲା ସଫିକ୍‌-୫୨ରନ, ଇଫତିକାର ଅହମଦ ୪୭ ରନ କରିଥିଲେ। ଶ୍ରୀଲଙ୍କା ୪୨ ଓଭରରେ ୨୫୨ (କୁସାଲ ମେଣ୍ଡିସ୍‌-୯୧ରନ, ସଦୀରା ସମରବିକ୍ରମ-୪୮ରନ, ଚରିଥା ଅସଲଙ୍କା-୪୯ରନ, । ଅଧିକ ୱିକେଟ୍‌ ହରାଇଥିବାରୁ ୪୨ ଓଭର ଶେଷରେ ଶ୍ରୀଲଙ୍କା ସମ୍ମୁଖରେ ମାତ୍ର ଗୋଟିଏ ରନ୍‌ କମ୍ ଲକ୍ଷ୍ୟ ରଖାଯାଇଥିଲା। ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଶ୍ରୀଲଙ୍କା ଆକ୍ରମଣାତ୍ମକ ଆରମ୍ଭ କରିଥିଲେ ମଧ୍ୟ ଚତୁର୍ଥ ଓଭରରେ କୁସାଲ ପେରେରା ୧୭ ଆଉଟ୍‌ ହୋଇଥିଲେ। ପଥୁମ ନିଶଙ୍କଙ୍କ ସହିତ କୁସାଲ ମେଣ୍ଡିସ୍‌ ଅର୍ଦ୍ଧଶତକୀୟ ୫୭ ଭାଗୀଦାରି କରିଥିଲେ। ପରେ ସଦୀରା ସମରବିକ୍ରମାଙ୍କ ସହ ୧୦୦ ଓ ଚାରିଥ ଅସଲଙ୍କାଙ୍କ ସହ ୩୩ ରନ୍‌ ଭାଗୀଦାରି ଗଢି ଦଳକୁ ବିଜୟ ନିକଟତର କରିଥିଲେ। କିନ୍ତୁ ବ୍ୟକ୍ତିଗତ ଶତକ ଅର୍ଜନଠୁ ୯ ରନ୍‌ ଦୂରରେ ଥାଇ ମେଣ୍ଡିସ୍‌ ଆଉଟ୍‌ ହୋଇଥିଲେ। ତଥାପି ଅସଲଙ୍କା ଗୋଟିଏ ପଟରୁ ପାଳି ସମ୍ଭାଳିବା ସହ ଶେଷ ପର୍ଯ୍ୟନ୍ତ ଲଢେଇ ଜାରି ରଖି ଦଳକୁ ଜିତାଇଥିଲେ। ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚଳିତ ଏସିଆ କପ୍‌ର ଫାଇନାଲ୍‌ ଖେଳାଯିବ। ଫାଇନାଲ୍‌ ମ୍ୟାଚ୍‌ ରବିବାର ଅପରାହ୍ନ ୩ଟାରେ କଲମ୍ବୋର ଆର୍‌ ପ୍ରେମଦାସା ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ।