ନୂଆଦିଲ୍ଲୀ: ସଂସଦର ସ୍ବତନ୍ତ୍ର ଅଧିବେଶନରେ ନୂଆ ୟୁନିଫର୍ମ ପିନ୍ଧିବେ କର୍ମଚାରୀ । ଏନେଇ ଖବର ପ୍ରକାଶ ପାଇବା ପରେ ବିରୋଧୀମାନେ ପ୍ରଶ୍ନ ଉଠାଇଛନ୍ତି । ଆସନ୍ତା ସପ୍ତାହରେ ନୂଆ ସଂସଦ ଭବନରେ କର୍ମଚାରୀମାନେ ଯୋଗଦେବେ । ଉଭୟ ଗୃହ ଭିତରେ ଓ ବାହାରେ ସଂସଦ କର୍ମଚାରୀମାନେ ନୂଆ ୟୁନିଫର୍ମ ପିନ୍ଧିବେ ବୋଲି ଲୋକସଭା ସହ ଜଡ଼ିତ ଅଧିକାରୀମାନେ କହିଛନ୍ତି। ନୂଆ ୟୁନିଫର୍ମରେ ଦୁଇ ଗୃହର ମାର୍ଶାଲଙ୍କ ପାଇଁ ମଣିପୁରୀ ପଗଡ଼ି ଏବଂ ଟେବୁଲ ଅଫିସ, ନୋଟିସ ଅଫିସ ଓ ସଂସଦୀୟ ରିପୋର୍ଟିଂ ବିଭାଗର ଅଧିକାରୀଙ୍କ ପାଇଁ ପଦ୍ମ ଛପା ଥିବା ସାର୍ଟ ରହିବ। ସମସ୍ତ ମହିଳା ଅଧିକାରୀଙ୍କୁ ନୂଆ ଡିଜାଇନ୍ର ଶାଢ଼ି ମିଳିବ। ପଦ୍ମ ହେଉଛି ଭାରତର ଜାତୀୟ ଫୁଲ, କିନ୍ତୁ ଏହା ଭାରତୀୟ ଜନତା ପାର୍ଟି (ବିଜେପି)ର ନିର୍ବାଚନ ଚିହ୍ନ ହୋଇଥିବାରୁ ଏହାକୁ ନେଇ ରାଜନୈତିକ ବିବାଦ ସୃଷ୍ଟି କରିଛି। କଂଗ୍ରେସ ଓ ଏନ୍ସିପି ସରକାରଙ୍କ ଏହି ପଦକ୍ଷେପକୁ କଡ଼ା ସମାଲୋଚନା କରିଛନ୍ତି।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Next Post