ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ କଡ଼ା ଟକ୍କର
କଲମ୍ବୋ: ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ମ୍ୟାଚ୍ । କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଦିନ ୩ଟାରେ ଖେଳାଯିବ ମ୍ୟାଚ୍ । ବିଜୟ ଧାରା ବଜାୟ ରଖିବାକୁ ରଣନୀତି ପ୍ରସ୍ତୁତ କରିଛି ଟିମ୍ ଇଣ୍ଡିଆ । ସେହିପରି ଶ୍ରୀଲଙ୍କା ମଧ୍ୟ ମୁକାବିଲା କରିବାକୁ ପୂରା ପ୍ରସ୍ତୁତ । ଗତକାଲି ପାକିସ୍ତାନକୁ ୨୨୮ ରନର ବଡ଼ ବ୍ୟବଧାନରେ ହରାଇଥିଲା ଭାରତ । ଆଜିର ମ୍ୟାଚ୍ ଜିତିଲେ ଭାରତର ଫାଇନାଲ୍ ଖେଳିବା ଏକପ୍ରକାର ସ୍ପଷ୍ଟ ହୋଇଯିବ ।