‘ଗଦର ୨’ ସଫଳ ହେବା ପରେ ଅଭିନୟରୁ ବିରତି ନେଇ ଆମେରିକା ଗଲେ ସନ୍ନି

ବଲିଉଡ ଅଭିନେତା ସନ୍ନି ଦେଓଲ ତାଙ୍କ ଚଳଚ୍ଚିତ୍ର ‘ଗଦର ୨’ର ସଫଳତାକୁ ଉପଭୋଗ କରୁଛନ୍ତି। ଫିଲ୍ମଟି ବକ୍ସ ଅଫିସରେ ୫୦୦କୋଟି ପାଖାପାଖି ଆୟ କରିିଥିବା ବେଳେ ଏବେ ଖବର ଆସୁଛି ଯେ ତାଙ୍କ ପିତା ଧର୍ମେନ୍ଦ୍ରଙ୍କ ଚିକିତ୍ସା ପାଇଁ ସନ୍ନି ଆମେରିକା ଯାଇଛନ୍ତି। ସେଠାରେ ସେ ୧୫-୨୦ଦିନ ରହି ବାପା ଧର୍ମେନ୍ଦ୍ରଙ୍କ ଉପଯୁକ୍ତ ଚିକିତ୍ସା କରାଇବେ। ଏଥିପାଇଁ ସେ ନିଜ କାମକୁ ଅଟକାଇ ବିରତି ନେଇଥିବା କୁହାଯାଉଛି।

ଧର୍ମେନ୍ଦ୍ରଙ୍କର କିଛି ଦିନ ହେଲାଣି ସ୍ୱାସ୍ଥ୍ୟଗତ ସମସ୍ୟା ଆରମ୍ଭ ହୋଇଥିଲ। ଏବେ ଚିକିତ୍ସା ପାଇଁ ସମୟ ମିଳିବାରୁ ସେ ଆମେରିକା ଯାଇଛନ୍ତି। ବାପାଙ୍କ ଯତ୍ନ ନେବା ପାଇଁ ଓ ଭଲ ଚିକିତ୍ସା କରାଇବା ପାଇଁ ପୁଅ ସନ୍ନି ଦେଓଲ ତାଙ୍କୁ ଆମେରିକା ନେଇଥିବା କୁହାଯାଉଛି।