ପାକିସ୍ତାନ ୨୨୮ ରନ୍‌ରେ ହାରିଲା

କଲମ୍ବୋ:  ଭାରତ  ପାକିସ୍ତାନ ବିପକ୍ଷରେ ଜବରଦସ୍ତ ବିଜୟ ହାସଲ କରିଛି।  ଏହି ମ୍ୟାଚ୍‌ରେ ବିରାଟ କୋହଲି ୧୨୨ରନ ଓ କେଏଲ୍ ରାହୁଲ ୧୧୧ରନଙ୍କ ବ୍ୟକ୍ତିଗତ ଶତକ ଏବଂ ଦ୍ବିଶତକ ଭାଗୀଦାରି ୨୩୩ରନ ବଳରେ ଭାରତ ୩୫୬ ରନ୍‌ର ବଡ଼ ସ୍କୋର୍‌ ଛିଡ଼ା କରିଥିଲା। ଜବାବରେ ପାକିସ୍ତାନକୁ ଭାରତୀୟ ବୋଲର କୌଣସି ଭାବେ ଆଗକୁ ବଢ଼ିବାକୁ ଦେଇନଥିଲେ। କୁଲଦୀପ ଯାଦବଙ୍କ ୫ ୱିକେଟ୍‌ ସଫଳତା ଭାରତକୁ ସହଜ ବିଜୟ ଦେଇଥିଲା। ୨୨୮ ରନ୍‌ ବ୍ୟବଧାନ ବିଜୟ ମଧ୍ୟ ପାକିସ୍ତାନ ବିପକ୍ଷରେ ଭାରତର ସର୍ବବୃହତ ବିଜୟ।
ବିରାଟ କୋହଲି ଏବଂ ପ୍ରାୟ ୬ ମାସ ପରେ କ୍ରିକେଟ୍‌ ପଡ଼ିଆକୁ ଫେରିଥିବା କେଏଲ୍ ରାହୁଲ ଧମାକାଦାର ବ୍ୟାଟିଂ କରି ବଡ଼ ସ୍କୋର ଛିଡ଼ା କରି ଦେଇଥିଲେ। ରାହୁଲ ୧୦୦ ବଲରୁ ଏବଂ କୋହଲି ୮୪ ବଲ୍‌ରୁ ବ୍ୟକ୍ତିଗତ ଶତକ ପୂର୍ଣ୍ଣ କରି ଦେଇଥିଲେ। ରାହୁଲଙ୍କର ଏହା ଷଷ୍ଠ ଦିନିକିଆ ଶତକ ହୋଇଥିବା ବେଳେ କୋହଲି ମାରିଥିଲେ ୪୭ତମ।