ଡେଙ୍ଗୁରେ ପୀଡିତ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର : ରାଜ୍ୟରେ ଡେଙ୍ଗୁ ସ୍ଥିତି ସଂଗୀନ ହୋଇଛି । ଏହାରି ଭିତରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଡେଙ୍ଗୁରେ ପୀଡିତ ହୋଇଥିବା ନେଇ ସୂଚନା ମିଳିଛି। । ଡେଙ୍ଗୁରେ ପୀଡ଼ିତ ମୁଖ୍ୟ ସଚିବ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶଙ୍କ ପକ୍ଷରୁ ସୂଚନା ମିଳିଛି।