ସାଙ୍ଗ ସହ ନାଚିଲେ ମାଧୁରୀ ଦୀକ୍ଷିତ

ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ତାଙ୍କ ରେନେସାଁ ଟୁର୍‌ରେ କାଲିଫର୍ଣ୍ଣିଆ ଯାଇଥିବା ବେଳେ ସେଠାରେ ସଂଗୀତଜ୍ଞ ବେୟୋନ୍ସଙ୍କ କନସର୍ଟରେ ଭାଗ ନେଇଥିଲେ। ତେବେ ସେ ଏକୁଟିଆ ନୁହଁ, ତାଙ୍କ ସହ ସ୍ବାମୀ ଡ ଶ୍ରୀରାମ ନେନେ ଓ ଜଣେ ସାଙ୍ଗ ବି ଯାଇଥିଲେ। ସେଠାରେ ସାଙ୍ଗ ସହ ମାଧୁରୀ ମନଖୁସିରେ ନାଚିଥିଲେ। ମାଧୁରୀ ସାମାଜିକ ଗଣମାଧ୍ୟମରେ ତାଙ୍କ ଅନୁଭୂତିର କିଛି ଝଲକ ସେୟାର କରିଛନ୍ତି। ଶନିବାର କାଲିଫର୍ଣ୍ଣିଆ ଷ୍ଟାଡିୟମ୍‌ରୁ ସ୍ବାମୀଙ୍କ ସହ ଏକ ସେଲ୍‌ଫି ସେୟାର କରି ଲେଖିଛନ୍ତି ‘କିଏ ବିଶ୍ବରେ ରାଜ୍ କରୁଛନ୍ତି, ଝିଅମାନେ’। କ୍ବିନ ବେ ଆମ ଯାତ୍ରାର ମୁଖ୍ୟାଂଶ। ଆମ ସହ ଆପଣଙ୍କ ମ୍ୟାଜିକ୍ ସେୟାର କରିଥିବାରୁ ବେୟୋନ୍ସଙ୍କୁ ଧନ୍ୟବାଦ।