ଆଜିର ରାଶିଫଳ
ମେଷ: ନିଜର ଲକ୍ଷ୍ୟ ସ୍ଥିର କରିବା ପାଇଁ ମାନସମନ୍ଥନ କରିବେ। କ୍ରୀଡ଼ା କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। କୌଣସି ଭଲ ଖବର ପାଇବେ। ପରିବାର ସହିତ ଧର୍ମାନୁଷ୍ଠାନକୁ ଯିବେ।
ବୃଷ: ଆପଣ ଭାବିଥିବା କାମ ସଂପୂର୍ଣ୍ଣ ହୋଇଯିବ। କାରବାରରେ କିଛି ଲୋକ ସାହାଯ୍ୟ କରିବେ। ଛାତ୍ରଛାତ୍ରୀଙ୍କ କ୍ୟାରିୟରରେ ନୂଆ ପରିବର୍ତ୍ତନ ଆସିବ।
ମିଥୁନ: ସାମାଜିକ କ୍ଷେତ୍ରରେ ଆପଣଙ୍କର ସକ୍ରିୟତା ବଢ଼ିବ। କାମର ସକାରାତ୍ମକ ଫଳ ମିଳିପାରେ। ଲେଖକଙ୍କ ଲାଗି ଦିନଟି ବହୁତ ଭଲ। ଜମି ଦଲାଲଙ୍କ କାମ ଠିକ୍ ବାଟରେ ଆଗେଇବ।
କର୍କଟ: ସକାରାତ୍ମକ ଭାବନା ଘେନି କାମ କରନ୍ତୁ, ସଫଳତା ମିଳିବ। ବଡ଼ ନିଷ୍ପତ୍ତି ନେବା ବେଳେ ପରିବାରର ମତ ନିଅନ୍ତୁ। ଅଜଣା ବ୍ୟକ୍ତିଙ୍କ ଉପରେ ଅଧିକ ଭରସା କରନ୍ତୁ ନାହିଁ।
ସିଂହ: ଯେଉଁ କାମ ଆରମ୍ଭ କରିବେ ସେଥିରେ ସଫଳତା ପାଇବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ବିଜ୍ଞାନ ଛାତ୍ର କିଛି ନୂଆ ଶିଖିବେ।
କନ୍ୟା: ବିଶେଷ କାମରେ ଲାଭ ମିଳିପାରେ। ଜୀବନସାଥୀ ଆପଣଙ୍କ କଥାରେ ପ୍ରଭାବିତ ହେବେ। ପ୍ରଶାସନିକ ପରୀକ୍ଷା ଲାଗି ପ୍ରସ୍ତୁତି କରୁଥିବା ଲୋକଙ୍କୁ ସଫଳତା ମିଳିବ।
ତୁଳା: ଅଫିସ କାମରେ ବ୍ୟସ୍ତ ରହିପାରନ୍ତି। ଅନ୍ୟମାନଙ୍କ ସମ୍ମୁଖରେ ନିଜ କଥା ରଖିବେ। ପରିବାରର ସମସ୍ୟାକୁ ଅଣଦେଖା କରନ୍ତୁ ନାହିଁ। ବାହନ କିଣିବାର ଯୋଗ ଅଛି।
ବିଛା: ଧର୍ମକାର୍ଯ୍ୟରେ ଆସ୍ଥା ବଢ଼ିବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଆର୍ଥିକ ସ୍ଥିତିରେ ସୁଧାର ହେବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ବହୁତ ଭଲ।
ଧନୁ: ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ପରିଶ୍ରମର ଉଚିତ ଫଳ ପାଇବେ। ବ୍ୟବସାୟୀ ମହତ୍ତ୍ବପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିବେ। ରାଜନୈତିକ କାର୍ଯ୍ୟରେ ରୁଚି ବଢ଼ିବ।
ମକର: ପାରିବାରିକ ମାମଲାକୁ ନେଇ ଅଧିକ ଯାତାୟାତ କରିବେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ପ୍ରଦର୍ଶନ ଭଲ ରହିବ। ଚାକିରିରେ ନୂଆ ସୁଯୋଗ ମିଳିବାର ଯୋଗ ଅଛି।
କୁମ୍ଭ: ଚାକିରି ବୃତ୍ତିରେ ବଡ଼ ଆହ୍ବାନ ଆସିବ। ଅଚାନକ ଧନଲାଭର ଅବସର ପାଇବେ। ପରିବାରରେ ମଧୁରତା ଓ ଆତ୍ମବିଶ୍ବାସ ବଢ଼ିବ। ଉନ୍ନତି ପାଇଁ ନୂଆ ବାଟ ଫିଟିବ।
ମୀନ: ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ସୁଦୃଢ଼ ହେବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ମାନ ସମ୍ମାନ ବଢ଼ିବ। ଛାତ୍ରଛାତ୍ରୀଙ୍କୁ ଶିକ୍ଷକଙ୍କର ପୂରା ସହଯୋଗ ମିଳିବ।