ପାଳିତ କୁକୁଡାର ମୃତ୍ୟୁରେ ଶବ ସତ୍କାର : ଭାଇରାଲ ହେଲା ଭିଡିଓ
ମେଟ୍ରୋ ଟିଭି ଓଡିଶା,୨/୨ : ମୃତ୍ୟୁ ପରେ ଶୋକ ପାଳନ କରାଯାଇଥାଏ । ଭଲ ପାଉଥିବା ଜିନିଷକୁ ହରାଇ ଶୋକ ଗ୍ରସ୍ଥ ହୁଏ ମଣିଷ। କିନ୍ତୁ କେବେ କେମିତି ଆମେ ଶୁଣିଛନ୍ତି ଯେ ପାଳିତ ପଶୁ, ପକ୍ଷୀ ଓ ଜନ୍ତୁଙ୍କୁ ହରାଇ ମଣିଷ ବି ଭାଙ୍ଗିପଡ଼େ। ମଣିଷ ଭଗଵାନଙ୍କ ଶ୍ରେଷ୍ଠ ସୃଷ୍ଟି ହୋଇଥିବା ବେଳେ ମାନବିକତା ଓ ପରୋପକାରିତାର ଉଦାହରଣ ହୋଇଛି। ମଣିଷ କେତେବେଳେ ପଶୁଭଳି ବ୍ୟବହାର କରେ ତ କେତେବେଳେ ପଶୁପକ୍ଷୀଙ୍କ ପ୍ରତି ତାର ଭଲ ପାଇବା ଅନେକ ସମୟରେ ଉଦାହରଣ ସୃଷ୍ଟି କରିଥାଏ ।
ଏଭଳି ଏକ ଦୃଶ୍ୟ ଏବେ ଭାଇରାଲ ହେଉଛି ଯାହା ହୁଏ ତ କାହା ମନରେ ହାସ୍ୟରୋଳ ସୃଷ୍ଟି କରିପାରେ। କିନ୍ତୁ ଯେଉଁଠି ଘରେ ପାଳିଥିବା କୁକୁଡ଼ା (ଗଞ୍ଜା) ଓ ତାର ମାଲିକର ଅନାବିଳ ପ୍ରେମର ଏହି ଦୃଶ୍ୟ । ଏହି ଦୃଶ୍ୟ ହେଉଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବୋଡକ ପଞ୍ଚାୟତ ଖରଦା ପଟଣା ଗାଁର। ଏହି ଗାଁର ଶୁଭଙ୍କର ପଲେଇ ନାମକ ଜଣେ ବ୍ୟକ୍ତି ପ୍ରାୟ ଦୀର୍ଘ ସାଢେ଼ ତିନି ବର୍ଷ ଧରି ଗଞ୍ଜା ପାଳିଥିଲେ। ପରିବାର ଲୋକେ ତାକୁ ସ୍ନେହରେ ଆଦି ନାଁ ଦେଇଥିଲେ । ତାକୁ ନିଜର ପରିବାରର ସଦସ୍ୟ ଭଳି ପାଳିଥିଲେ। ତା ପାଇଁ ଘରେ ସ୍ବତନ୍ତ୍ର ବ୍ୟବସ୍ଥା କରା ଯାଇଥିଲା। କୁକୁଡ଼ାଟି କୌଣସି କାରଣ ବଶତଃ ମରି ଯାଇଥିଲା। ତାର ମୃତ୍ୟୁରେ ପରିବାରରେ ଶୋକର ଛାୟା ଖେଳିଯିବା ସହିତ ଦୁଖରେ ଭାଙ୍ଗି ପଡିଛନ୍ତି । କୁକୁଡ଼ା ମଲାପରେ ମଣିଷ ପରି ତାର ଶବ ସତ୍କାର କରା ଯାଇଛି।
କୋକେଇରେ ବନ୍ଧା ହୋଇ ଯିବା ସହ ମୃତ୍ୟୁବରଣ ମଣିଷ ପରି କୁକୁଡ଼ାକୁ ପୋତିଵା ସହ ତାର ବ୍ୟବହୃତ ବାସନ, ବିଛଣା ଓ ସମସ୍ତ ଜିନିଷକୁ ସେଇଠି ପୋତିଥିଲେ । କୁକୁଡ଼ା ପ୍ରତି ପରିବାରର ଭଲ ପାଇବା ସମସ୍ତେ ଜାଣିଥିଲେ। ତାର ମଲାପରେ ଶବ ସତ୍କାର ଦେଖି ସମସ୍ତେ ତାଜୁବ ହୋଇଥିଲେ । ଆଜିର ଦୁନିଆରେ କୁକୁଡ଼ା ପ୍ରତି ଏପରି ଭଲ ପାଇବା ସମସ୍ତଙ୍କୁ ସ୍ତବ୍ଧ କରିଛି।
ରିପୋର୍ଟ ସଂଜୟ ଦାସ,ମେଟ୍ରୋଟିଭି ଓଡିଶା