ଡିଜିଟାଲ୍ ବିପ୍ଳବକୁ ବିଶ୍ବବ୍ୟାଙ୍କ ପ୍ରଶଂସା
ନୂଆଦିଲ୍ଲୀ: ଭାରତର ଡିଜିଟାଲ୍ ବିପ୍ଳବକୁ ବିଶ୍ବବ୍ୟାଙ୍କ ପ୍ରଶଂସା କରିଛି । ଗତ ଦଶବର୍ଷରେ ଭାରତ ବିଗତ ଦିନର ସବୁ ରେକର୍ଡକୁ ଭାଙ୍ଗିଛି । ଡିଜିଟାଲ୍ ଭିତ୍ତିଭୂମିକୁ ବିଶ୍ବବ୍ୟାଙ୍କ ପ୍ରଶଂସା କରିବା ସହ ସରକାରଙ୍କ ଅଧୀନରେ ମାତ୍ର ଛଅ ବର୍ଷରେ ଯେଉଁ ସଫଳତା ମିଳିଛି ସେଥିପାଇଁ ସାଧାରଣ ବାଟରେ ପାଞ୍ଚ ଦଶନ୍ଧି ସମୟ ଲାଗିଥାନ୍ତା ବୋଲି କହିଛି। ଭାରତ ଆୟୋଜନ କରୁଥିବା ଜି୨୦ ସମ୍ମିଳନୀକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଥିବା ଏକ ଦସ୍ତାବିଜରେ ବିଶ୍ବବ୍ୟାଙ୍କ ଜଣାଇଛି ଯେ ୟୁପିଆଇ, ଜନଧନ, ଆଧାର, ଓଏନ୍ଡିସି ଓ କୋୱିନ୍ ଜରିଆରେ ଭାରତ ଏକ ଦୃଢ଼ ସାର୍ବଜନୀନ ଡିଜିଟାଲ୍ ଭିତିଭୂମି ବିକାଶ କରିପାରିଛି।
୨୦୦୮ରେ ଭାରତର ଆର୍ଥିକ ଅନ୍ତର୍ଭୁକ୍ତୀକରଣ ହାର ୨୫% ଥିଲା ଯାହା ଗତ ୬ ବର୍ଷ ଭିତରେ ୮୦ ପ୍ରତିଶତରୁ ଅଧିକ ହୋଇପାରିଛି। ଭାରତର ଡିଜିଟାଲ୍ ଭିତ୍ତିଭୂମି କେବଳ ସରକାରୀ କ୍ଷେତ୍ର ନୁହେଁ, ଘରୋଇ କ୍ଷେତ୍ରରେ ମଧ୍ୟ ବିପ୍ଳବ ଆଣିପାରିଛି। ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥାଗୁଡ଼ିକ ପାରଦର୍ଶୀ ହୋଇପାରିଛନ୍ତି।