ଆଜିର ରାଶିଫଳ

ମେଷ: ଦିନଟି ଆପଣଙ୍କୁ ଉନ୍ନତି ଦେବ। କଠିନ ପରିସ୍ଥିତିରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ବ୍ୟବସାୟୀ ବଡ଼ ନିଷ୍ପତ୍ତି ନେବେ।

ବୃଷ: ପାରିବାରିକ ଜୀବନ ଆହ୍ଲାଦିତ ହେବ। ବେପାରୀ ବର୍ଗଙ୍କୁ ଧନଲାଭ ହେବ। କୌଣସି ପ୍ରକାର ବିବାଦ ଠାରୁ ଦୂରରେ ରହନ୍ତୁ। ଆପଣ ଆଶା କରିଥିବା ଜାଗାରେ ଚାକିରି ପାଇବେ।

ମିଥୁନ: ସରକାରୀ କାମରେ ଆପଣ ସଫଳତା ପାଇବେ। ବାପାମାଆଙ୍କର ପରାମର୍ଶ ଆପଣଙ୍କ ପାଇଁ ଲାଭଦାୟକ ହେବ। ଓକିଲଙ୍କର ସମାଜରେ ଲୋକପ୍ରିୟତା ବଢ଼ିବ।

କର୍କଟ: ଆପଣଙ୍କ ଭିତରେ ଉଚ୍ଚପଦ ପ୍ରାପ୍ତ କରିବାର ଇଚ୍ଛା ଜାଗ୍ରତ ହେବ। ନିବେଶ କରିବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ସହ ପରାମର୍ଶ କରନ୍ତୁ। ବିବାହିତଙ୍କ ଲାଗି ଦିନଟି ଭଲ।

ସିଂହ: ନୂଆ କାମ କରିବା ପୂର୍ବରୁ ବଡ଼ଙ୍କ ସମ୍ମତି ନିଅନ୍ତୁ। ବ୍ୟବସାୟରେ ବେଶୀ ଲାଭ ପାଇଁ ଅଧିକ ମନ ଲଗାଇ କାମ କରନ୍ତୁ। ପ୍ରେମୀଯୁଗଳଙ୍କର ସମ୍ପର୍କ ମଜଭୁତ ହେବ।

କନ୍ୟା: ଆପଣଙ୍କୁ ବେପାରରେ ଉନ୍ନତି ଦିଶିବ। ଅଫିସରେ କର୍ତ୍ତୃପକ୍ଷ ଆପଣଙ୍କ କାମ ଦେଖି ଖୁସି ହେବେ। ପୈତୃକ ସଂପତ୍ତିରୁ ଲାଭ ମିଳିପାରେ। ଗୃହିଣୀମାନଙ୍କ ଲାଗି ଦିନଟି ଭଲ।

ତୁଳା: ପ୍ରଭୁଙ୍କ ସ୍ମରଣ ଦ୍ବାରା ମନରେ ସକାରାତ୍ମକ ଶକ୍ତି ସଂଚାର ହେବ। ବେପାରରେ ଖୁବ୍ ଉନ୍ନତି ମିଳିବ। ସରକାରୀ ଚାକିରିଆଙ୍କର ପଦୋନ୍ନତି ହୋଇପାରେ।

ବିଛା: ଆପଣଙ୍କ ପାଖକୁ ଯେଉଁ ଦାୟିତ୍ବ ଆସିବ ତାକୁ ଭଲଭାବେ ନିର୍ବାହ କରିବେ। ପଇସା ଦିଆନିଆରେ ସାବଧାନତା ଅବଲମ୍ବନ କରନ୍ତୁ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

ଧନୁ: ଧ୍ୟାନ ଲଗାଇ କାମ କରନ୍ତୁ। ସରକାରୀ କାମରେ ସାହାଯ୍ୟ ପାଇବେ। ବଡ଼ମାନଙ୍କ ସହିତ ବସି ନୂଆ ଘର କିଣିବାର ନିଷ୍ପତ୍ତି ନେବେ। ନବବିବାହିତ ଦମ୍ପତିଙ୍କ ଲାଗି ଭଲ ଦିନଟିଏ।

ମକର: ଭାବିଥିବା କାମ ସଂପୂର୍ଣ୍ଣ ହେବ। ଆପଣଙ୍କ ଯୋଗୁଁ ପରିବାରରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି ହେବ। କୌଣସି ପାଖଲୋକ ଆର୍ଥିକ ସହାୟତା ମାଗିବେ।

କୁମ୍ଭ: ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ହେବ। ଆପଣଙ୍କୁ ନୂଆ ଉତ୍ସରୁ ଧନ ମିଳିବ। ଦାମ୍ପତ୍ୟ ଜୀବନ ବହୁତ ରୋଚକ ରହିବ। ଛାତ୍ରଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।

ମୀନ: ବିନା କାରଣରେ କାହାରି ସହିତ ଅଭଦ୍ରତା କରନ୍ତୁ ନାହିଁ। ଯେଉଁମାନେ ରାଜନୀତିରେ ଅଛନ୍ତି ସେମାନଙ୍କର ପ୍ରତିଷ୍ଠା ବୃଦ୍ଧି ହେବ। ପାରିବାରିକ ଜୀବନକୁ ସମୃଦ୍ଧିର ଆଗମନ ହେବ।