ହିନ୍ଦୁ ଭାବେ ଗର୍ବ ଅନୁଭବ କରୁଛି ବୋଲି କହିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ । ଏହା ସହ ଏକ ବଡ଼ କଥା ସେ କହିଛନ୍ତି । G-20 ସମ୍ମିଳନୀ ପାଇଁ ଦିଲ୍ଲୀର ସାଜ ସଜ୍ଜା ଓ ଆତିଥେୟତାକୁ ପସନ୍ଦ କରିଛନ୍ତି । ଜଣେ ହିନ୍ଦୁ ଭାବେ ଏଠାରେ ଯୋଗ ଦେଇ ମୁଁ ନିଜକୁ ଗର୍ବ ଅନୁଭବ କରୁଛି ବୋଲି କହିଛନ୍ତି ସୁନକ ।
“I am a proud Hindu…”: Rishi Sunak on his Indian roots
Read @ANI Story | https://t.co/byjFancZAV#RishiSunak #G20India2023 #G20SummitDelhi #G20Summit #G20IndiaPresidency pic.twitter.com/4XwZDKlg9y
— ANI Digital (@ani_digital) September 8, 2023
UK PM Rishi Sunak tweets, "Before meeting the world leaders of today I’ve been meeting with the world leaders of tomorrow. It’s been fantastic to visit students and staff here at British Council in India- a reflection of the living bridge that exists between the UK and India." pic.twitter.com/uxtcTE2GAP
— ANI (@ANI) September 8, 2023
ଏହି ଗସ୍ତ ସମୟରେ ଭାରତର କିଛି ମନ୍ଦିର ବୁଲିବି ବୋଲି କହିଛନ୍ତି ସୁନକ । ଖଲିସ୍ତାନୀ ଆତଙ୍କବାଦକୁ ବ୍ରିଟେନରେ ପ୍ରଶ୍ରୟ ଦିଆଯିବନି। ଏଥିପାଇଁ ଭାରତ ଓ ବ୍ରିଟେନ ଏକାଠି କାମ କରୁଛନ୍ତି। ଜି ୨୦ ବୈଠକରେ ଯୋଗ ଦେବାକୁ ଭାରତ ଆସିଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଏହା କହିଛନ୍ତି। ଗୁଇନ୍ଦା ସୂଚନା ଆଦାନ ପ୍ରଦାନ ପାଇଁ ୱାର୍କିଂ ଗ୍ରୁପ ଗଠନ ହୋଇଛି। ଫଳରେ ଖଲିସ୍ତାନୀ ଉଗ୍ରବାଦର ଚେର ଠାବ କରାଯାଇପାରିବ ଏବଂ ଦମନ କରାଯାଇପାରିବ। ବ୍ରିଟେନରେ ଏଭଳି ଉଗ୍ରବାଦର ଗ୍ରହଣୀୟ ନୁହେଁ। ବ୍ରିଟେନରେ ଏହାର କୌଣସି ସ୍ଥାନ ନାହିଁ ବୋଲି ସୁନକ କହିଛନ୍ତି।
Why I’m at the #G20👇 pic.twitter.com/BzjKo160hX
— Rishi Sunak (@RishiSunak) September 8, 2023