ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ମୋଦି- ବାଇଡେନ ସାକ୍ଷାତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପହଁଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ଦୁଇ ରାଷ୍ଟ୍ର ମୁଖ୍ୟଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହୋଇଛି।

ଜି- ୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆମେରିକା ରାଷ୍ଟ୍ରପତି ବାଇଡେନ ୩ଦିନିଆ ଗସ୍ତରେ ଆସିଛନ୍ତି।  ମୋଦି ଓ ବାଇଡେନଙ୍କ ମଧ୍ୟରେ ସ୍ବଚ୍ଛ ଶକ୍ତି, ବାଣିଜ୍ୟ, ଉନ୍ନତ ବୈଷୟିକ ଜ୍ଞାନକୌଶଳ ଏବଂ ପ୍ରତିରକ୍ଷା ସଂପର୍କରେ ଆଲୋଚନା ହୋଇଥିବା ଜଣାପଡ଼ିଛି।

ଏହା ସହ ଜେଇ ଜେଟ୍ ଇଞ୍ଜିନ ପ୍ରସଙ୍ଗ, ଏମକ୍ୟୁ ୯ ରିପର୍ସ, 5G ଓ 6G ସ୍ପେକ୍ରମ, ଜଟିଳ ଓ ନୂତନ ପ୍ରଯୁକ୍ତିକ୍ଷେତ୍ରରେ ସହଭାଗିତା ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିବା ଜଣାପଡ଼ିଛି। ଦ୍ୱିପାକ୍ଷିକ ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ବାଇଡେନଙ୍କୁ ରାତ୍ରୀ ଭୋଜନରେ ଆପ୍ୟାୟିତ କରିଛନ୍ତି।  ଏହା ପୂର୍ବରୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଓ ମରିସସ ପ୍ରଧାନମନ୍ତ୍ରୀ ପ୍ରବିନ୍ଧ କୁମାର ଜଗନ୍ନାଥଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା କରିଛନ୍ତି।