ସାଧାରଣ ନିର୍ବାଚନ ପୂର୍ବରୁ ଦେଶର କିଛି ରାଜ୍ୟରେ ହୋଇଥିବା ଉପନିର୍ବାଚନରେ ମିଶ୍ରିତ ଫଳ ପ୍ରକାଶ ପାଇଛି । କେରଳରେ ଶାସକ ସିପିଆଇ(ଏମ୍)କୁ ବଡ଼ ଝଟକା ଦେଇ କଂଗ୍ରେସ-ୟୁଡିଏଫ୍ ମେଣ୍ଟର ଚାଣ୍ଡି ଓମେନ୍ କେରଳର ପୁଥୁପଲ୍ଲୀ ଉପନିର୍ବାଚନରେ ୩୬ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। କଂଗ୍ରେସର ସ୍ୱର୍ଗତ ନେତା ଓମେନ୍ ଚାଣ୍ଡିଙ୍କ ପୁଅ ଓମ୍ମେନ୍ ପ୍ରଥମ ରାଉଣ୍ଡରେ ସ୍ପଷ୍ଟ ଅଗ୍ରଣୀ ହାସଲ କରି ଭୋଟ ଗଣତି ସରିବା ପର୍ଯ୍ୟନ୍ତ ଏହି ସ୍ଥାନ ବଜାୟ ରଖିଥିଲେ।ତ୍ରିପୁରାର ବକ୍ସନଗର ଆସନରେ ବିଜେପିର ତଫଜଲ ହୋସେନ ବିଜୟୀ ହୋଇଥିବା ବେଳେ ଆଦିବାସୀ ଅଧ୍ୟୁଷିତ ଧନପୁରରେ ବିନ୍ଦୁ ଦେବନାଥ ବିଜୟୀ ହୋଇଛନ୍ତି।ଉତ୍ତରାଖଣ୍ଡର ବାଗେଶ୍ୱରରେ ବିଜେପିର ପାର୍ବତୀ ଦାସ କଂଗ୍ରେସ ଦଳର ବସନ୍ତ କୁମାରଙ୍କୁ ୨୪୦୦ରୁ ଅଧିକ ଭୋଟରେ ପରାସ୍ତ କରଛନ୍ତି। ଗତ ଏପ୍ରିଲ ମାସରେ ୪ ଥର ବିଧାୟକ ତଥା କ୍ୟାବିନେଟ ମନ୍ତ୍ରୀ ଚନ୍ଦନ ରାମ ଦାସଙ୍କ ଦେହାନ୍ତ ପରେ ଏହି ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତ୍ରିପୁରାର ଧନପୁର ଓ ବକ୍ସନଗର ବିଧାନସଭା ଆସନ ଏବଂ ଉତ୍ତରାଖଣ୍ଡର ବାଗେଶ୍ୱର ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ବିଜେପି ବିଜୟୀ ହୋଇଥିବା ବେଳେ ଝାଡ଼ଖଣ୍ଡର ଡୁମରୀ, କେରଳର ପୁଥୁପଲ୍ଲୀ ଏବଂ ପଶ୍ଚିମବଙ୍ଗର ଧୁଗପୁରୀରେ ବିରୋଧୀ ଦଳ ବିଜୟ ହାସଲ କରିଛି।
voting-begins-for-4th phase-panchayat-elections-in-odisha