କ୍ଷମତା କନ୍ଦଳ ପାଇଁ ଜି-୨୦ ସମ୍ମିଳନୀକୁ ଆସୁନାହାନ୍ତି ଜିନପିଙ୍ଗ !
ନୂଆଦିଲ୍ଲୀ : ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଆସିବେନି । ତେବେ ସେ ନଆସିବାର କାରଣ ବିଷୟରେ ଯାହା ଚର୍ଚା ହେଉଛି ତାହା ହେଉଛି କ୍ଷମତାକୁ ନେଇ ତାଙ୍କର ଭୟ ରହିଛି । ଏପରିକି ତାଙ୍କୁ ଗୃହବନ୍ଦୀ କରାଯାଇଥିବା ସୋସିଆଲ ମିଡିଆରେ କୁହାଯାଉଛି । କେହି କେହି ତାଙ୍କ କ୍ଷମା ଅପହରଣ କରାଯାଇଥିବା ମଧ୍ୟ ଚର୍ଚା କରୁଛନ୍ତି । ଜିନପିଙ୍ଗ ଜି-୨୦ ସମ୍ମିଳନୀରେ ଅନୁପସ୍ଥିତ ରହିବା ନେଇ ସାରା ବିଶ୍ବରେ ଏବେ ଚର୍ଚ୍ଚା ଚାଲିଛି। ଜିନପିଙ୍ଗ ପ୍ରଥମ ଥର ପାଇଁ ଜି-୨୦ ବୈଠକରେ ବ୍ୟକ୍ତିଗତ ଭାବେ ଯୋଗ ଦେଉନାହାନ୍ତି। ଜିନପିଙ୍ଗଙ୍କ ସ୍ଥାନରେ ଚୀନ୍ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ଚୀନ୍କୁ ପ୍ରତିନିଧିତ୍ବ କରିବେ। ତେବେ ବିଦେଶୀ ମିଡିଆ ଖବର ଅନୁସାରେ ଚୀନ୍ରେ କିଛି ସଙ୍କଟ ପାଇଁ ଜିନପିଙ୍ଗ ଭାରତ ଆସୁନାହାନ୍ତି। ଜି ଜିନପିଙ୍ଗ ଘରୋଇ ପ୍ରସଙ୍ଗକୁ ଫୋକସ୍ କରୁଛନ୍ତି । ତାଙ୍କ ବିରୋଧରେ ସୈନ୍ୟ କ୍ଷମତା ଦଖଲକୁ ନେଇ ଷଡ଼ଯନ୍ତ୍ର କରିପାରେ ବୋଲି ତାଙ୍କର ଆଶଙ୍କା ରହିଛି । ଜିନପିଙ୍ଗ ଏଥିପାଇଁ ଚୀନ୍ରେ ରହିବାକୁ ପସନ୍ଦ କରୁଛନ୍ତି । ଏହା ସହିତ ଚୀନ୍ରେ ସୁରକ୍ଷାକୁ ନେଇ ଗୁରୁତର ସମସ୍ୟା ଉପୁଜିଥିବାରୁ ଏଥିପାଇଁ ଏକ ପ୍ରଭାବଶାଳୀ ଗୋଷ୍ଠୀ ଜିନପିଙ୍ଗଙ୍କୁ ଦାୟୀ କରୁଛନ୍ତି। ଏଭଳି ସ୍ଥିତିରେ ଜିନପିଙ୍ଗ ଘରୋଇ ସମସ୍ୟାର ସମାଧାନ ଏବଂ ନିଜ ସ୍ଥିତି ସୁଦୃଢ଼ କରିବା ଉପରେ ଅଧିକ ଗୁରୁତ୍ବାରୋପ କରି ଆସୁନାହାଁନ୍ତି ।