ବିଶ୍ବର ୧୫ଜଣ ନେତାଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦୀ

ଆଜିସଂଧ୍ୟାରୁ ବିଶ୍ବନେତାଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି ।   ‘ଜି-୨୦’ ଶିଖର ସମ୍ମିଳନୀର କାର୍ଯ୍ୟକ୍ରମ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ବର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୧୫ରୁ ଅଧିକ ନେତାମାନଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା କରିବେ ବୋଲି ଜଣାପଡିଛି ।

ଆଜି ସଂଧ୍ୟାରେ  ପ୍ରଧାନମନ୍ତ୍ରୀ ମ‌ୋଦୀ ମରିସସ୍‌, ବାଂଲାଦେଶ ଓ ଆମେରିକାର ନେତାମାନଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନ କରିବେ। ସେପ୍ଟେମ୍ବର ୯ ତାରିଖ ଦିନ ଇଂଲଣ୍ଡ୍‌, ଜାପାନ, ଜର୍ମାନି ଓ ଇଟାଲିର ନେତାମାନଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦୀ ଦ୍ବିପାକ୍ଷିକ ଆଲୋଚନା କରିବେ।

 

ପୁଣି, ସେପ୍ଟେମ୍ବର ୧୦ ତାରିଖ ଦିନ ପ୍ରଧାମନ୍ତ୍ରୀ ମୋଦୀ ଫ୍ରାନସ ରାଷ୍ଟ୍ରପତି ମାକ୍ରୋନ୍‌ଙ୍କ ସହିତ ମଧ୍ୟାହ୍ନ ଭୋଜନ ସମୟରେ ଆଲୋଚନା କରିବେ। ଏହାଛଡ଼ା, ସେଦିନ ପ୍ରଧାନମନ୍ତ୍ରୀ ମୋଦୀ କମୋରସ୍‌, ତୁର୍କୀ, ‘ୟୁଏଇ’, ଦକ୍ଷିଣ କୋରିଆ,  ବ୍ରାଜିଲ୍‌ ଓ ନାଇଜେରିଆ ନେତାମାନଙ୍କ ସହିତ ମଧ୍ୟ ଦ୍ବିପାକ୍ଷିକ ଆଲୋଚନା କରିବେ।