ଜି-୨୦ ବୈଠକ ପାଇଁ ପ୍ରସ୍ତୁତି ଶେଷ
ଜି-୨୦ର ଦେଶମାନଙ୍କର ବୈଠକ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଏହି ବୈଠକରେ ସାଧାରଣତ ସଦସ୍ୟ ରାଷ୍ଟ୍ର ମାନଙ୍କର ଅର୍ଥନୈତିକ ବ୍ୟବସ୍ଥାକୁ ମଜବୁତ କରିବା ଓ ଅର୍ଥନୈତିକ ବିକାଶ ଅଭିମୁଖେ କାର୍ଯ୍ୟ କରିବା ଉପରେ ଆଲୋଚନା ହେବ । ଶିକ୍ଷା, ରୋଜଗାର, ଖାଦ୍ୟର ଦର ଦାମ ନିୟନ୍ତ୍ରଣ କରିବା ଉପରେ ମଧ୍ୟ ଏଥର ବିଶ୍ବର ନେତାମାନେ ଆଲୋଚନା କରିପାରନ୍ତି । ପ୍ରଥମେ ଏହା ସାତଟି ଦେଶରୁ ଆରମ୍ଭ ହୋଇଥିଲା । ପ୍ରାଥମିକ ଭାବେ କାନାଡ଼ା, ବ୍ରିଟେନ୍, ଜାପାନ୍, ଫ୍ରାନ୍ସ୍, ଜର୍ମାନୀ, ଇଟାଲୀ,ଆମେରିକା ଏ ସବୁ କୁ ନେଇ ଜିି-୭ ଗଠିତ ହୋଇଥିଲା ଏହା ପରେ ରୂଷ୍ ୧୯୯୮ରେ ଏଥିରେ ସାମିଲ ହୋଇଥିଲା । ଜି-୨୦ ସଙ୍ଗଠନର ଆରମ୍ଭ ୨୦୦୮ ରେ ହୋଇଥିଲା । ଏହାର ପୁର୍ତି କୁ ପ୍ରାୟ ୧୪ ବର୍ଷ ହେବାକୁ ଥିବା ବେଳେ ଏହାର ଅଠରତମ ସମ୍ମିଳନୀ ରାଜଧାନୀ ଦିଲ୍ଲୀରେ ହେବାକୁ ଯାଉଛି । ଏହାର ପ୍ରଥମ ସମ୍ମିଳନୀ ନଭେମ୍ଭର ୧୫ ଆମେରିକାର ଓାସିଂଟନ୍ ସହରରେ ହୋଇଥିଲା ।
India's G20 has truly been a people's G20: Jaishankar
Read @ANI Story | https://t.co/kxdymC0Sq8#G20 #Jaishankar #India #G20Summit pic.twitter.com/MS418QVWIn— ANI Digital (@ani_digital) September 7, 2023
ଚଳିତ ବର୍ଷ ଜି-୨୦ର ବୈଠକ ଦିଲ୍ଲୀରେ ସେପ୍ଟମ୍ବର ୮ ରୁ ୧୦ ଭିତରେ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରାୟ ବର୍ଷେ ହେଲାଣି ଏହି ଜି-୨୦ର ଭବ୍ୟ ସମ୍ମିଳନୀ ପାଇଁ ଭାରତ ତରଫରୁ ଆୟୋଜନ ଚାଲିଥିଲା । ୨୦୦୮ ରେ ଅବସ୍ଥାପିତ ଏହି ସଙ୍ଗଠନର ପ୍ରଥମ ମିଟିଂ ଆମେରିକା ସହରରେ ହୋଇଥିଲା ଏହା ପୁର୍ବରୁ ୧୭ ଥର ସଫଳତାର ସହ ଏହାର ବୈଠକ ଅନୁଷ୍ଠିତ ହୋଇସାରିଛି ।
#WATCH | Mauritius Prime Minister Pravind Jugnauth arrives in Delhi for the G20 Summit that will be held here on September 9-10. pic.twitter.com/y0xbUdhupN
— ANI (@ANI) September 7, 2023
୨୦୦୭ରେ ବିଶ୍ୱ ଅର୍ଥନିତିରେ ଦେଖା ଦେଇଥିବା ଝଡ ପରେ ଜି-୨୦ ଅନୁଷ୍ଠାନକୁ ରାଷ୍ଟ୍ର ମୁଖ୍ୟମାନଙ୍କ ସ୍ତରକୁ ନିଆଗଲା । ଦେଶର ଜଳବାୟୁ ପରିବର୍ତନ, ଅର୍ଥ ବ୍ୟବସ୍ଥା, ତଥା ପୁ୍ନ୍ଜି ନିବେଶ ଆଦି ଉପରେ ଆଲୋଚନା କରିବା ଜି-୨୦ ଶିଖର ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ପଂଚଦଶ ସମ୍ମିଳନୀ ସମୟରେ ୨୦୨୦ ବେଳକୁ କରୋନା ଆରମ୍ଭ ହୋଇଯାଇଥିଲା ତେଣୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇଥିଲା । ଏହା ପରେ ୨୦୨୧ ରେ ଏହାର ୧୬ତମ ବୈଠକ ଇଟାଲିର ରୋମ୍ ସହରରେ ଓ ୧୭ତମ ସମ୍ମିଳନୀ ୨୦୨୨ ଇଣ୍ଡୋନେସିଆରେ ହୋଇଥିଲା । ତେବେ ଚଳିତ ବର୍ଷ ଭାରତରେ ଏହି ସମ୍ମିଳନୀ ହେବାକୁ ଯାଉଥିବା ବେଳେ ଆଗାମୀ ବର୍ଷ ୧୯ତମ ବୈଠକ ବ୍ରାଜିଲରେ ହୋଇପାରେ । ତେବେ ଏନେଇ ବୈଠକ ପରେ ଘୋଷଣା କରାଯାଇପାରେ ।
Joe Biden to arrive in Delhi tomorrow, will hold bilateral with PM Modi
Read @ANI Story | https://t.co/qa0izoDhvD#JoeBiden #G20SummitDelhi #PMModi #Delhi pic.twitter.com/tth3CxzmIe
— ANI Digital (@ani_digital) September 7, 2023