ନନ୍ଦୋତ୍ସବ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି
ପୁରୀ: ଧରାପୃଷ୍ଠରେ ପାଳନ ହେଉଛି ନନ୍ଦୋତ୍ସବ । ବୁଧବାର ମଧ୍ୟରାତ୍ରୀରେ କଂସ ବନ୍ଦୀଶାଳାରେ ଦେବକୀଙ୍କ ଗର୍ଭରୁ ଜନ୍ମ ହୋଇଥିଲେ ଅଷ୍ଟମ ସନ୍ତାନ ଶ୍ରୀକୃଷ୍ଣ । ଭଗବାନ ଶ୍ରୀକୃଷ୍ଣ ଜନ୍ମ ହେବା ପରେ ବସୁଦେବଙ୍କୁ ଶୂନ୍ୟରୁ ଆଦେଶ ହେଲା ଯେ ଏହି ବାଳକକୁ ନେଇ ଗୋପପୁରରେ ନନ୍ଦ ରାଜାଙ୍କ ଘରେ ଛାଡ଼ି ଦେଇ ତାଙ୍କ ଘରେ ଜନ୍ମ ନେଇଥିବା କନ୍ୟା ସନ୍ତାନକୁ ନେଇ ଆସିବା ପାଇଁ । ବସୁଦେବ ବନ୍ଦୀଶାଳାରୁ ଶ୍ରୀକୃଷ୍ଣଙ୍କୁ ନେଇ ରାତିରେ ନନ୍ଦ ରାଜାଙ୍କ ଘରେ ଛାଡ଼ିଦେଇ ଆସିଥିଲେ । ଏସବୁ ପ୍ରଥା ପରମ୍ପରାକୁ ନେଇ ନନ୍ଦୋତ୍ସବ ଅବସରରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି କରାଯାଉଛି । ସେହିପରି ଦେଶର ଅନ୍ୟସ୍ଥାନରେ ମଧ୍ୟ ଆଜି ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଧୁମଧାମରେ ପାଳନ କରାଯାଉଛି । ପ୍ରଧାନମନ୍ତ୍ରୀ ଏନେଇ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମଥୁରାରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।
#WATCH | UP: Shri Krishna Janambhumi in Mathura decorated on the occasion of #Janmashtami
(Source: Shri Krishna Janmasthan Trust) pic.twitter.com/5mpOCz3EOV
— ANI (@ANI) September 7, 2023
President Droupadi Murmu and Prime Minister Narendra Modi extend greetings to the nation on the occasion of #Janmashtami pic.twitter.com/4vYoxkbXf6
— ANI (@ANI) September 7, 2023