ବିକ୍ରମ ପଠାଇଲା ଚନ୍ଦ୍ରର ରଙ୍ଗୀନ ଫଟୋ

ବିକ୍ରମ ପଠାଇଲା ଚନ୍ଦ୍ରର ରଙ୍ଗୀନ ଫଟୋ  । ଯାହାକୁ ନେଇ ଏବେ ପୁଣି ଚର୍ଚାରେ ଇସ୍ରୋ ।

ଏହି ଫଟୋରେ ଦେଖାଯାଉଛି ରଙ୍ଗୀନ ମାଟି ।  ଇସ୍ରୋ ଜାରି କଲା ଚନ୍ଦ୍ରାୟନ-୩ର ଲ୍ୟାଣ୍ଡର ବିକ୍ରମ ପଠାଇଥିବା ଫଟୋ ।  ରୋଭର ପ୍ରଜ୍ଞାନ ଏହି ଫଟୋ କିଛିଦିନ ପୂର୍ବେ ଲ୍ୟାଣ୍ଡର ବିକ୍ରମଠାରୁ ୧୫ ମିଟର ଦୂରରୁ ଉଠାଇଥିଲା । ଇସ୍ରୋ ବିକ୍ରମ ଲ୍ୟାଣ୍ଡରର ଆଖପାଖକୁ ଡାୟମେନସନକୁ ଷ୍ଟେରିଓ ଓ ମଲ୍ଟି ବ୍ଲ୍ୟୁ ଇମେଜ୍ ଆକାରରେ ଜାରି କରିଛି ।  ଏହି ଫଟୋକୁ ରୋଭର ପ୍ରଜ୍ଞାନରେ ଲାଗିଥିବା ନେଭକେମ୍ କ୍ୟାମେରା ଉଠାଇଥିଲା । ଯାହାକୁ ପରେ ନେଭକେମ୍ ଷ୍ଟେରିଓ ବଦଳାଇ ଦେଇଥିଲା ।