ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ’ର ସ୍ଥାନରେ ‘ପ୍ରେସିଡେଣ୍ଟ ଅଫ୍ ଭାରତ
ନୂଆଦିଲ୍ଲୀ : ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ’ର ସ୍ଥାନରେ ‘ପ୍ରେସିଡେଣ୍ଟ ଅଫ୍ ଭାରତକୁ ନେଇ ଆରମ୍ଭ ହୋଇଛି ବିବାଦ ଜି -୨୦ ଶିଖର ସମ୍ମିଳନୀରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଭୋଜିରେ ଅତିଥିମାନଙ୍କୁ ପଠାଯାଇଥିବା ପତ୍ରରେ ଏପରି ଲେଖାଯାଇଛି । କଂଗ୍ରେସ ରାଷ୍ଟ୍ରପତି ଭବନରେ ସେପ୍ଟେମ୍ବର ୯ରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ରାତ୍ରୀ ଭୋଜନ ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ୍ ଭାରତ ଲେଖାଯିବା କଥା କହିଛି। ଏ ସମ୍ପର୍କରେ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ଏହି ଖବର ବାସ୍ତବରେ ସତ୍ୟ ଅଟେ। ସେପ୍ଟେମ୍ବର ୯ରେ ଜି-୨୦ ରାତ୍ରୀ ଭୋଜନ ପାଇଁ ରାଷ୍ଟ୍ରପତି ଭବନ ‘ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ’ ସ୍ଥାନରେ ‘ପ୍ରେସିଡେଣ୍ଟ ଅଫ୍ ଭାରତ’ର ନାମରେ ନିମନ୍ତ୍ରଣ ପଠାଇଛି। ବିରୋଧୀ ମହାମେଣ୍ଟର ନାଁ ଇଣ୍ଡିଆ ରଖାଯିବା ପରେ ଏହି ନାଁ ଚର୍ଚ୍ଚାରେ ରହିଛି ।ବିଜେପି ନେତା ଲଗାତାର ମେଣ୍ଟ ନାଁକୁ ନେଇ ବିରୋଧୀଙ୍କୁ ଟାର୍ଗେଟ କରୁଥିବା ବେଳେ ସମ୍ବିଧାନରୁ ଇଣ୍ଡିଆ ଶବ୍ଦ ହଟାଇବାକୁ ପୂର୍ବରୁ ବିଜେପି ସାଂସଦ ଦାବି କରିଛନ୍ତି ।