ନୂଆଦିଲ୍ଲୀ: ମୋଦିଙ୍କ ବିରୋଧରେ ପୁଣି ଏକାଠି ବସି ରଣନୀତି କରିବେ ବିରୋଧୀ ମେଂଟ । ଆଜି ନୂଆଦିଲ୍ଲୀରେ ବସିବ ଇଣ୍ଡିଆ ମେଣ୍ଟର ଆଉ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ । ନିର୍ବାଚନ ପୂର୍ବରୁ ଘନ ଘନ ଆକ୍ରମଣ କରିବା ପାଇଁ ଏହି ବୈଠକ ଡାକିଛନ୍ତି ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ । ଖଡ଼ଗେଙ୍କ ଦିଲ୍ଲୀ ବାସଭବନରେ ବସିବ ଏହି ବୈଠକ । ଆସନ୍ତା ୧୮ରୁ ସଂସଦର ସ୍ବତନ୍ତ୍ର ଅଧିବେଶନ ବସିବାକୁ ଯାଉଥିବାରୁ ମେଣ୍ଟର ରଣନୀତି ନେଇ ବୈଠକ ଆହୂତ ହୋଇଥିବା ସୂଚନା ମିଳିଛି । ଇଣ୍ଡିଆ ମେଣ୍ଟର ବୈଠକ ଏହା ପୂର୍ବରୁ ପାଟନା, ବେଙ୍ଗାଳୁରୁ ଓ ମୁମ୍ବାଇରେ ବସିସାରିଛି । ସେପଟେ ସଂସଦର ସ୍ବତନ୍ତ୍ର ଅଧିବେଶନ ଲାଗି ରଣନୀତି । ଆସନ୍ତା ୧୮ରୁ ସଂସଦର ସ୍ବତନ୍ତ୍ର ଅଧିବେଶନ ବସିବାକୁ ଯାଉଥିବାବେଳେ ଆଜି ବସିବ କଂଗ୍ରେସ ସଂସଦୀୟ ଦଳ ବୈଠକ । ସଂସଦରେ କଂଗ୍ରେସର ରଣନୀତି ନିର୍ଦ୍ଧାରଣ ଲାଗି କଂଗ୍ରେସ ସଂସଦୀୟ ଦଳ ନେତା ସୋନିଆ ଗାନ୍ଧୀ ଡାକିଛନ୍ତି ବୈଠକ । ସଂସଦର ଅଧିବେଶନରେ ଦଳ କେଉଁ କେଉଁ ପ୍ରସଙ୍ଗ ଉଠାଇବ ତାହାକୁ ନେଇ ଅଙ୍କକଷା କରାଯିବ ।କେନ୍ଦ୍ରର ବିଜେପି ସରକାର ବିରୋଧରେ ଲମ୍ବା ରଣନୀତି ପ୍ରସ୍ତୁତ କରି ଭୋଟରଙ୍କ ପାଖକୁ ଯିବା ପାଇଁ ଖସଡ଼ା ପ୍ରସ୍ତୁତ କରିଛି କଂଗ୍ରେସ । ଦରଦାମ୍ ବୃଦ୍ଧି, ନିର୍ବାଚନ ସମୟରେ କେନ୍ଦ୍ର ସରକାର ଦେଇଥିବା ମିଥ୍ୟା ପ୍ରତିଶ୍ରୁତି ସମ୍ପର୍କରେ କଂଗ୍ରେସ ଗାଁଗାଁରେ ଜନମତ ସୃଷ୍ଟି କରିବ ।
Trending
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
- ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ, ଚଳିତ ମାସ ୧୫ ତାରିଖ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଲଗ୍ନ ସ୍ଥିର
- ପିଲାଦିନକୁ ମରିବାକୁ ଦେବା ଉଚିତ୍ ନୁହେଁ ବରଂ ବଞ୍ଚାଇ ରଖିବା ହେଉଛି ଶିକ୍ଷକଙ୍କ କାମ – ମୋଦୀ
- ଯୁଦ୍ଧ ସମୟରେ ସବୁଠାରୁ ଦୀର୍ଘ ସମୟ ପ୍ରଧାନମନ୍ତ୍ରୀ ରହିବାର ରେକର୍ଡ କଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ମୋଦୀ ଜଣାଇଲେ ଶୁଭେଚ୍ଛା
- ଆନ୍ଦୋଳନକାରୀଙ୍କ ବାପାଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଥିବା ଅଭିଯୋଗରେ ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭରଦ୍ୱାଜ ଗିରଫ
- ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ,ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ
Prev Post
Next Post