ପ୍ରତିରକ୍ଷା ମନ୍ତ୍ରୀଙ୍କୁ ବହିଷ୍କାର କଲେ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି
ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ବହିଷ୍କାର କଲେ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ଜାତି ଉଦ୍ଦେଶ୍ୟରେ ଭାଷଣ ଦେଇ ପ୍ରତିରକ୍ଷା ମନ୍ତ୍ରୀ ଓଲେକ୍ସି ରେଜିନକୋଭଙ୍କୁ ବହିଷ୍କାର କରାଯାଇଛି ବୋଲି ସୂଚନା ଦେଇଛନ୍ତି ଜେଲେନସ୍କି । ତାଙ୍କ ସ୍ଥାନରେ ରୁସ୍ତମ ଉମରୋଭଙ୍କୁ ନିଯୁକ୍ତି ଦିଆଯାଇଛି । ଗତବର୍ଷ ନଭେମ୍ବରରୁ ରେଜିନକୋଭ ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରାଳୟ ଦାୟିତ୍ବ ତୁଲାଇ ଆସୁଥିଲେ । ଏହା ସହ ଯୁଦ୍ଧ ଜାରି ରଖିବା ଲାଗି ସେ ପାଶ୍ଚାତ୍ୟ ରାଷ୍ଟ୍ରରୁ କୋଟି କୋଟି ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ଯୋଗାଡ କରିବାରେ ସକ୍ଷମ ହୋଇଥିଲେ ।