ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା,ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ନେଇ ତିନି ଘଣ୍ଟା ପାଇଁ ଆଲର୍ଟ

ଟ୍ୱିନ୍ ସିଟିରେ ଭୟଙ୍କର ବର୍ଷା ଓ ବଜ୍ରପାତ । ୨୧ ମିନିଟରେ ୬ ହଜାର ୯୦୬ ଥର ମାରିଲା ବିଜୁଳି ଘଡ଼ଘଡ଼ି ।  ରାସ୍ତାରେ ଲହଡ଼ି ମାରିଲା ଆଣ୍ଠୁଏ ଉଚ୍ଚର ପାଣି । ଯାତାୟତ ଠପ୍ । ଆସନ୍ତା ତିନି ଘଣ୍ଟା ପାଇଁ ଆଲର୍ଟ କଲା ପାଣିପାଗ ବିଭାଗ । ପ୍ରବଳ ବର୍ଷା ଯୋଗୁଁ ରାଜଧାନୀର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି । ଆସନ୍ତାକାଲି ବଙ୍ଗୋପସାଗରରେ ସୃଷ୍ଟି ହେବ ଘୁର୍ଣ୍ଣିବଳୟ । ୪୮ ଘଣ୍ଟା ମଧ୍ୟରେ ଲଘୁଚାପ ରୂପ ନେବ । ରାଜଧାନୀରେ ପ୍ରବଳ ବର୍ଷା ଯୋଗୁଁ ଇସ୍କନ ମନ୍ଦିର ଆଗରେ ଏକାଧିକ କାର ବୁଡି ଯାଇଥିବା ଦେଖିବାକୁ ମିଳିଛି । ସଂପ୍ରତି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ସମୁଦ୍ର ମଧ୍ୟସ୍ଥ ବାୟୁମଣ୍ଡଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ପରବର୍ତ୍ତୀ ୪୮ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବାୟୁ ଚଳନରେ ପରିବର୍ତ୍ତନ ସମ୍ଭାବନା ରହିଛି। ପୃଥକ୍‌ ପୃଥକ୍ ସ୍ଥାନରେ ବଜ୍ରପାତରେ ୪ ମୃତ, ୩ ଗୁରୁତର । ବୌଦ୍ଧ ରାଉତବାହାଲ ଗାଁରେ ବିଲରେ ମହିଳାଙ୍କ ମୃତ୍ୟୁ । ବଲାଙ୍ଗିର ଲୋଇସିଂହାର କୁଟିସିଂହା ଗାଁରେ ଜଣେ ଯୁବକ ମୃତ । ବାଣପୁର ଥାନା ନୀଳାଦ୍ରିପ୍ରସାଦ ଆରଙ୍ଗ ଗାଁରେ ଜଣେ ଯୁବକ ମୃତ ।