ନୟାଗଡର କଣ୍ଟେଇମୁଣ୍ଡି ବାଇଗଣକୁ ମିଳିବ GI ଟ୍ୟାଗ୍
ନୟାଗଡର କଣ୍ଟେଇମୁଣ୍ଡି ବାଇଗଣକୁ ମିଳିବ GI ଟ୍ୟାଗ୍ । ସେହିଭଳି ଢେଙ୍କାନାଳ ମଗଜି, ଶିମିଳିପାଳ କାଈ ଚଟଣୀକୁ GI ଟ୍ୟାଗ ପ୍ରଦାନ କରାଯିବ । ଖଜୁରୀ ଗୁଡ଼, କୋରାପୁଟର କଳାଜିରା ଚାଉଳ, ଡଙ୍ଗରିଆ କନ୍ଧଙ୍କ ଏମ୍ବ୍ରୋଡରି ଚାଦର-କପଡ଼ାଗଣ୍ଡାକୁ ମଧ୍ୟ GI ଟ୍ୟାଗ ମିଳିବ । ତେବେ ନୟାଗଡ କଣ୍ଟିଲୋ ଅଂଚଳରେ ଉତ୍ପାଦିତ ଏହି କୃଷିଜାତ ଦ୍ରବ୍ୟ କଣ୍ଟେଇମୁଣ୍ଡି ବାଇଗଣ GI ଜର୍ଣ୍ଣାଲରେ ସ୍ଥାନ ପାଇବା ପରେ ଏହାର ସ୍ୱତନ୍ତ୍ରତା ବୃଦ୍ଧି ପାଇଛି । ନୟାଗଡ଼ ଜିଲ୍ଲାରେ ଖୁସିର ମାହୋଲ ଦେଖିବାକୁ ମିଳିଛି ।