ଇଣ୍ଡିଆ ମହାମେଣ୍ଟର ଦ୍ବିତୀୟ ଦିନ ବୈଠକରେ ବଡ ନିଷ୍ପତ୍ତି

ନୂଆ ଦିଲ୍ଲୀ:  ଇଣ୍ଡିଆ ମହାମେଣ୍ଟର ଦ୍ବିତୀୟ ଦିନ ବୈଠକରେ ବଡ ନିଷ୍ପତ୍ତି  । ତିନୋଟି ରିଜୋଲୁସନ ପାସ ହୋଇଛି । ୧୩ ସଦସ୍ୟ ବିଶିଷ୍ଟ ସମନ୍ବୟ କମିଟି ଗଠିତ ହୋଇଛି । ଇଣ୍ଡିଆ ମହାମେଣ୍ଟର ସମନ୍ବୟ ସମିତି ସେପ୍ଟେମ୍ବର ୩୦ ସୁଦ୍ଧା ସିଟ୍‌ ବଣ୍ଟନ ନେଇ ନିର୍ଣ୍ଣୟ ନେବେ  । ଏହି ପ୍ୟାନେଲରେ କେସି ବେଣୁଗୋପାଳ, ଶରଦ ପାୱାର, ଏମକେ ଷ୍ଟାଲିନ, ସଞ୍ଜୟ ରାୱତ, ତେଜସ୍ବୀ ଯାଦବ, ଅଭିଷେକ ବାନାର୍ଜୀ, ରାଘବ ଚଡ୍‌ଢା, ଜାଭେଦ ଖାନ, ଲଲନ ସିଂ, ହେମନ୍ତ ସୋକେନ, ଡି ରାଜା, ଓମାର ଅବଦୁହ୍ଲା ଓ ମେହବୁବା ମୁଫତି ସାମିଲ ଅଛନ୍ତି  । ପ୍ରସ୍ତାବ ଅନୁସାରେ ଆସନ ଭାଗବଂଟା, ଦେଶସାରା ସଭା ଏବଂ ପ୍ରଚାରପ୍ରସାର ପାଇଁ ନିଷ୍ପତ୍ତି ନିଆଯାଇଛି ।

ଏହାସହ ରିସର୍ଚ୍ଚ ଓ ଡାଟା ଆନାଲିସିସ ଟିମ୍ ଗଠନ କରାଯାଇଛି । କୋର୍ଡିନେସନ କମିଟିରେ ଚାରିଟି ଗ୍ରୁପ ରହିବେ । ଏହି କମିଟି ମେଣ୍ଟର କାର୍ଯ୍ୟକ୍ରମ ସମ୍ପର୍କରେ ନିଷ୍ପତ୍ତି ନେବେ । ଏହାସହ ସୋସିଆଲ ମିଡିଆ ଟିମ୍ ମଧ୍ୟ ଗଠନ କରାଯିବା ଯୋଜନା ରହିଛି ବୋଲି ଜଣାପଡ଼ିଛି । ଆଜି ବୈଠକରେ ୨୮ ଦଳର ୬୨ ନେତା ସାମିଲ ହୋଇଛନ୍ତି ।

ପାଟନାରେ ବିରୋଧୀଙ୍କ ପ୍ରଥମ ବୈଠକ ବସିଥିବା ବେଳେ ଗୋଟିଏ ମଞ୍ଚରେ ସଭିଁଏ ଏକାଠି ହେବାକୁ ନିଷ୍ପତ୍ତି ନେଇଥିଲେ ।