ପୁଲିସ ସହ ଯୋଡିହେବ ଘରୋଇ ସିସିଟିଭି
ଭୁବନେଶ୍ବର: ସିସିଟିଭି ଜଗିବ ସହର । ପୋଲିସ ଚୋରଙ୍କୁ ଧରିବା ପାଇଁ ସିସିଟିଭି ଉପରେ ନଜର ଦେଉଛି । ଘରୋଇ ସିସିଟିଭି ସହ ଥାନା ର ଲିଙ୍କ ଯୋଡି ହେବ । ଚୋରି ହେଉ କି ହତ୍ୟା, ଛିନ୍ତାଇ ହେଉ କି ଗଣ୍ଡଗୋଳ; କୌଣସି ପ୍ରକାର ଅପରାଧ ଘଟାଇ ଅପରାଧୀ ଆଉ ସହଜରେ ଖସିପାରିବେ ନାହିଁ। ସହର ଭିତରେ ଅପରାଧୀଙ୍କର ପ୍ରତିଟି ଗତିବିଧିର ଖବର ପୁଲିସ ପାଖରେ ପହଞ୍ଚିବ। ରାଜଧାନୀରେ ‘ସହଭାଗୀତା’ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ପୁଲିସର ସିସିଟିଭି ସହିତ ସହରର କୋଣ ଅନୁକୋଣରେ ଥିବା ଆହୁରି ହଜାର ହଜାର ସରକାରୀ, ବେସରକାରୀ ସିସିଟିଭି ଅପରାଧୀଙ୍କ ଉପରେ ନଜର ରଖିବ। ପୂର୍ବରୁ କମିସନରେଟ୍ ପୁଲିସ ଓ ସ୍ମାର୍ଟ ସିଟିର ସିସିଟିଭି ଅପରାଧୀଙ୍କ ଉପରେ ନଜର ରଖିଥିବାବେଳେ, ଏବେ ଏହା ସହ ଘରୋଇ ସିସିଟିଭି ଯୋଡ଼ିହେବାକୁ ଯାଉଛି।