ଉଦଘାଟନୀ ମ୍ୟାଚରେ ନେପାଳକୁ ୨୩୮ ରନରେ ହରାଇଲା ପାକିସ୍ତାନ
ଏସିଆ କପର ଉଦଘାଟନୀ ମ୍ୟାଚରେ ନେପାଳକୁ ୨୩୮ ରନରେ ପରାସ୍ତ କରି ବିପୁଳ ବିଜୟ ହାସଲ କରିଛି ପାକିସ୍ତାନ । ପାକିସ୍ତାନ ଦ୍ବାରା ରଖାଯାଇଥିଲା ୩୪୩ ରନର ଟାର୍ଗେଟର ପିଛା କରିବାକୁ ଯାଇ ନେପାଳ ଦଳ ୨୩.୪ ଓଭରରେ ୧୦୪ ରନ କରି ଅଲଆଉଟ୍ ହୋଇଯାଇଥିଲା । ଦଳ ପକ୍ଷରୁ ସୋମପାଲ କାମି ସର୍ବାଧିକ ୨୮ରନ କରିଥିବାବେଳେ ଆରିଫ୍ ସେଖ୍ ୨୬ରନ କରିଥିଲେ । ପାକିସ୍ତାନ ପକ୍ଷରୁ ହାରିସ ରଫ ଓ ସାହିନ ଆଫ୍ରିଦି ୨ଟି ଲେଖାଏଁ ଓ୍ବିକେଟ୍ ନେଇଥିଲେ ।