ଲଞ୍ଚପ୍ୟାଡରେ PSLV-C57 ରକେଟ୍ ପ୍ରସ୍ତୁତ
ଶନିବାର ଉତକ୍ଷେପଣ ହେବ ଆଦିତ୍ୟ-L1 । ଲଞ୍ଚପ୍ୟାଡରେ PSLV-C57 ରକେଟ୍ ପ୍ରସ୍ତୁତ । ଆଦିତ୍ୟ-L1 ଆସନ୍ତା ଶନିବାର ଦିନ ୧୧ଟା ୫୦ ରେ ଶ୍ରୀହରିକୋଟ୍ଟା ସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରରୁ ଉତକ୍ଷେପଣ ହେବାକୁ ଥିବା ବେଳେ, ଗତରାତିରେ ୨ ନମ୍ବର ଲଞ୍ଚପ୍ୟାଡକୁ ନିଆଯାଇଛି ଏହି ବିଶାଳ ରକେଟ୍ । ପୋଲାର୍ ସାଟେଲାଇଟ ଲଞ୍ଚ ଭେହିକିଲ୍ ବା ପିଏସ୍ଏଲଭି ହେଉଛି, ଇସ୍ରୋର ୱାର୍କହର୍ସ ବା ସବୁଠୁ ଭରସାଯୋଗ୍ୟ ରକେଟ୍ । ପ୍ରାୟ ୪୪ ମିଟର ଉଚ୍ଚ ଓ ୩୨୦ ଟନ୍ ଓଜନ । ସଫଳତା ହାର ୯୪ ପ୍ରତିଶତ । ଏହି PSLV-XL କ୍ଲାସ୍ ରକେଟ୍ ଆସନ୍ତା ଶନିବାର ଦେଢ଼ ଟନ୍ ଓଜନର ଆଦିତ୍ୟ L1କୁ ନିର୍ଦ୍ଧାରିତ ଲୋ-ଆର୍ଥ ଅର୍ବିଟ ବା ଭୂପୃଷ୍ଠ ଠାରୁ ଅପେକ୍ଷାକୃତ ସ୍ୱଳ୍ପ ଉଚ୍ଚତା ବିଶିଷ୍ଟ କକ୍ଷପଥରେ ଅବସ୍ଥାପିତ କରିବ । ଏହାପରେ ‘ଆଦିତ୍ୟ’ ପୃଥିବୀକୁ ପ୍ରାୟ ୪ ଥର ପରିକ୍ରମା କରି, ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ପ୍ରଥମ ଲାଗରାଞ୍ଜିଆନ୍ ପଏଣ୍ଟ ବା L1 ଅଭିମୁଖେ ଆଗେଇଯିବ। ଲଞ୍ଚିଂଠୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଯାଏଁ ସମୟ ଲାଗିବ ପ୍ରାୟ ୪ ମାସ ।