ଅଶାନ୍ତ ହୋଇଛି ମଣିପୁର ଗୁଳିମାଡ଼ରେ ଦୁଇ ଜଣଙ୍କ ମୃତ୍ୟୁ
ମଣିପୁର: ଅଶାନ୍ତ ହୋଇଛି ମଣିପୁର । ବିଷ୍ଣୁପୁର-ଚୁରାଚାନ୍ଦପୁର ସୀମାରେ ହୋଇଛି ଗୁଳିମାଡ଼ । ଗୁଳିମାଡ଼ରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ନରଣସୈନା ଗାଁର କିଛି ଚାଷୀ ଜମିରେ କାମ କରୁଥିବା ବେଳେ ହଠାତ୍ ୭ ଜଣ ବନ୍ଧୁକ ଧାରୀ ତାଙ୍କ ଉପରେ ଗୁଳି ଚଳାଇଥିଲେ । ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା । ୨ ମୃତକ ହେଲେ ଲାଇବୁଜମ ଇନାଓ ଓ ଜଙ୍ଗମିନଲେନ୍ ଗାଙ୍ଗଟେ । ଗତ ୩ ମାସ ପରେ ସାଧାରଣ ଜୀବନଶୈଳୀକୁ ଫେରି ପାରୁନାହାନ୍ତି ମଣିପୁରବାସୀ । ଏବେ ଚାଷ ଋତୁ ହୋଇଥିବାରୁ ଲୋକ କ୍ଷେତକୁ ଯାଉଥିବା ବେଳେ, ହିଂସାର ଶିକାର ହେଉଛନ୍ତି । ଗତ ମେ’ ମାସରୁ ରାଜ୍ୟରେ ହିଂସା ସ୍ଥିତି ଜାରି ରହିଥିବା ବେଳେ ୧୭୦ ଜଣଙ୍କର ମୃତ୍ୟୁ ଘଟିଛି ।