ଭୁବନେଶ୍ୱର: ବିଜେଡି ହିଁସାରେ ବିଶ୍ବାସ କରେନାହିଁ । କାଲି ଯେଉଁ ବିଧାୟକ ବିରୋଧରେ ବିଜେପି ହିଁସା କରୁଥିବା ଅଭିଯୋଗ ଆଣୁଥିଲା । ଆଜି ସେହି ବିଧାୟକ ବିଜେପି ସହ ଗେଲା ପୁଅ ଭଳି ମିଶୁଛନ୍ତି । ଏମିତି କିଛି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର | ସସ୍ମିତ କହିଛନ୍ତି ଯେ ପ୍ରଶାନ୍ତ ଖୁବ ଶୀଘ୍ର ବିଜେପିରେ ମିଶିବେ | ସେ କହିଛନ୍ତି ଯେ ବିଜେଡି କୌଣସି ହିଂସାରେ ବିଶ୍ୱାସ କରେନାହି । କୌଣସି ଅପ୍ରୀତିକର ଘଟଣା ଘଟିନାହିଁ । ଯଦି ହୋଇଥାନ୍ତା ବିଜେଡି କାର୍ଯ୍ୟାନୁଷ୍ଠାନ ନେଇଥାନ୍ତା । ବାଲୁଗାଁ ଚିଲିକାରେ ୮ ସେପ୍ଟେମ୍ବର ୨୦୨୧ ରେ ବିଜେଡିରେ ଥିବା ବିଧାୟକ ପ୍ରଶାନ୍ତ ଜଗଦେବ ବିଜେପି ନଗର ମଣ୍ଡଳ ସଭାପତିଙ୍କୁ ବାଡ଼ଉଥିବା ଘଟଣା ସାମ୍ନାକୁ ଆସିବା ପରେ ତାଙ୍କୁ ସଙ୍ଗେ ସଙ୍ଗେ ଦଳରୁ ମୁଖ୍ୟମନ୍ତ୍ରୀ ନିଲମ୍ବନ କରିଥିଲେ । ଏଭଳି ଅଭିଯୋଗ ସେତେବେଳେ ବିଜେପି ଆଣିଥିଲା । ଆଉ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ତେବେ ବିଜେପି ସାଂସଦ ଏବଂ କେନ୍ଦ୍ରମନ୍ତ୍ରୀ ଯେଉଁ ଅଭିଯୋଗ ଆଣୁଛନ୍ତି ସେଥିରେ କିଛି ସତ୍ୟତା ନାହିଁ । ସାଂସଦ ଅପରାଜିତା ଷଡ଼ଙ୍ଗୀ ତାଙ୍କ ଗସ୍ତ କାର୍ଯ୍ୟକ୍ରମ ବେଳେ ହିଁସା ସୃଷ୍ଟି କରାଯାଉଥିବା ଅଭିଯୋଗ ଆଣିଥିଲେ । ଏହାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମର୍ଥନ କରିିଥିଲେ ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ