୬୫ ହଜାର ପରିବାରଙ୍କୁ ଜମିପଟ୍ଟା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ୧୦୧୦ ବିଜୁ ଆଦର୍ଶ କଲୋନୀର ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ ୬୫ ହଜାର ପରିବାରଙ୍କୁ ଜମିପଟ୍ଟା ପ୍ରଦାନ କରିଛନ୍ତି ।  ମୁଖ୍ୟମନ୍ତ୍ରୀ କହିଥିଲେ, ‘ଗରିବଙ୍କ ଦୀର୍ଘଦିନ ସ୍ବପ୍ନ ପୂରଣ ହୋଇଛି । ଆଗକୁ ଘର ନିର୍ମାଣ ପାଇଁ ମିଳିବ ସହାୟତା । ଜାଗା ମିଶନ ଗରିବଙ୍କୁ ନୂଆ ପରିଚୟ ଦେଇଛି । ବିଏମସିରେ ଅକ୍ଟୋବରରେ ଦ୍ବିତୀୟ ପର୍ଯ୍ୟାୟ ଭୂମି ଅଧିକାର ପ୍ରମାଣ ପତ୍ର ପ୍ରଦାନ କରାଯିବ ।’ଆଗକୁ ସେ କହିଥିଲେ, ‘ସହର କେବଳ ଧନୀଙ୍କ ପାଇଁ ନୁହେଁ, ଗରିବଙ୍କର ମଧ୍ୟ ସମ୍ମାନର ସହ ବଞ୍ଚିବାର ଅଧିକାର ରହିଛି । ସହର ବିକାଶରେ ଗରିବ ଲୋକ ପରିଶ୍ରମ ମଧ୍ୟ ରହିଛି । ସେମାନଙ୍କୁ ଅବଦାନକୁ ସମସ୍ତଙ୍କୁ ସମ୍ମାନ ଜଣାଇବା ଉଚିତ । ଜାଗା ମିଶନ ଗରିବଙ୍କୁ ସମ୍ମାନ ଓ ନୂଆ ପରିଚୟ ଦେଇଛି ।’୨୦୧୮ରେ ଜାଗା ମିଶନ ଆରମ୍ଭ ହୋଇଥିଲା । ଏଥିରେ ରାଜ୍ୟର ବିଭିନ୍ନ ସହରର ଏକ ଲକ୍ଷ ୭୦ ହଜାର ଭୂମି ଅଧିକାର ପାଇଛନ୍ତି ।