କିଶୋରଙ୍କୁ ୨୫ ଲକ୍ଷ ଟଙ୍କା ପୁରସ୍କାର ମିଳିବ
ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାର ଜାଭଲିନ ଥ୍ରୋ ଫାଇନାଲିଷ୍ଟ ତଥା ଓଡ଼ିଶା ଖେଳାଳି କିଶୋର କୁମାର ପଂଚମ ସ୍ଥାନରେ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁରସ୍କାର ଘୋଷଣା କରିଛନ୍ତି। ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମ ଓଡ଼ିଆ ଜାଭଲିନ ଖେଳାଳି ଭାବେ କିଶୋର ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ପ୍ରଥମ ପଦାର୍ପଣରେ ଚମକି ଥିଲେ ଓଡ଼ିଶାର ଏହି ତାରକା ଖେଳାଳି । ଗୋଲଡେନ ବୟ ନୀରଜ ଚୋପ୍ରା ଏବଂ ଡିପି ମନୁଙ୍କ ସହ କିଶୋର ଫାଇନାଲକୁ ପ୍ରବେଶ କରିଥିଲେ । ଫାଇନାଲରେ ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରି ୮୪.୭୭ ମିଟର ଥ୍ରୋ କରିଥିଲେ ମଧ୍ୟ କିଶୋର ମେଡାଲ ତାଲିକାରୁ ବାଦ ପଡ଼ି ୫ମ ସ୍ଥାନରେ ରହିଥିଲେ ।