ସାରା ରାଜ୍ୟରେ ୧୦୧୦ଟି ବସ୍ତିକୁ ବିଜୁ ଆଦର୍ଶ କଲୋନୀରେରେ ରୂପାନ୍ତରଣ
ଭୁବନେଶ୍ବର: ରାଜ୍ୟରେ ୧୦୧୦ଟି ବସ୍ତିକୁ ବିଜୁ ଆଦର୍ଶ କଲୋନୀରେରେ ରୂପାନ୍ତରଣ କରାଯାଇଛି । ଏହି ରୂପାନ୍ତରିତ ବିଜୁ ଆଦର୍ଶ କଲୋନୀକୁ ଆସନ୍ତା କାଲି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାସ୍ତାଠାରୁ ଆରମ୍ଭ କରି ଲାଇଟ୍, ପାନୀୟ ଜଳ, ପାଇଖାନା ବ୍ୟବସ୍ଥା ସବୁକିଛି ଚକାଚକ୍ ହୋଇଛି । ସହରାଞ୍ଚଳ ବିକାଶ ଧାରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏପରି ଆଭିମୁଖ୍ୟକୁ ନେଇ ଏବେ ସାରା ବିଶ୍ବରେ ଚର୍ଚ୍ଚିତ । ୨୦୨୩ ମସିହା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗକୁ ମିଳିଛି ଜାତିସଂଘ ଓ୍ବାର୍ଲଡ ହାବିଟାଟ୍ ପୁରସ୍କାର ।