କିଶୋର, ନୀରଜ, ମନୁ ବିଶ୍ବ ଦୌଡ଼କୁଦ ଫାଇନାଲ୍କୁ ଉଠିଲେ: ଆସନ୍ତାକାଲି ଫାଇନାଲ
ଭାରତର ତିନିଜଣ କିଶୋର, ନୀରଜ, ମନୁ ବିଶ୍ବ ଦୌଡ଼କୁଦ ଫାଇନାଲ୍କୁ ଉଠିଲେ । ଓଡ଼ିଆ ଜାଭଲିନ୍ ଫିଙ୍ଗାଳି କିଶୋର କୁମାର ଜେନା ବିଶ୍ବ ଦୌଡ଼କୁଦ ଚାମ୍ପିଅନ୍ସିପ୍ ଫାଇନାଲ୍ରେ ପ୍ରବେଶ କରି ନୂଆ ଇତିହାସ ରଚିଛନ୍ତି। ବିଶ୍ବ ପ୍ରତିଯୋଗିତାରୁ ଅନ୍ତର୍ଜାତୀୟ ପଦାର୍ପଣ କରିଛନ୍ତି ଚମତ୍କାର ଢ଼ଙ୍ଗରେ। କିଶୋରଙ୍କ ସହିତ ଅନ୍ୟ ଦୁଇ ଭାରତୀୟ ଅଲମ୍ପିକ୍ ସ୍ବର୍ଣ୍ଣ ବିଜେତା ନୀରଜ ଚୋପ୍ରା ଓ ଡିପି ମନୁ ମଧ୍ୟ ଫାଇନାଲ୍ରେ ସ୍ଥାନ ପକ୍କା କରିଛନ୍ତି। ଗୋଟିଏ ଇଭେଣ୍ଟରେ ୩ଜଣ ବିଶ୍ବ ପ୍ରତିଯୋଗିତା ଫାଇନାଲ୍ ଖେଳିବାକୁ ଯାଉଥିବାରୁ ଆଉ ଏକ ବିରଳ ମୁହୂର୍ତ ମିଳିଛି ଭାରତୀୟ କ୍ରୀଡ଼ା ଦୁନିଆକୁ। ରବିବାର ଏହି ଇଭେଣ୍ଟର ଫାଇନାଲ୍ ଅନୁଷ୍ଠିତ ହେବ।