ଆଜିର ରାଶିଫଳ
ମେଷ: ମନ ଶାନ୍ତ ରହିବ। ଲୋକମାନଙ୍କ ସହିତ ଗୂଢ଼ କଥା ଆଲୋଚନା କରିବାର ଅବସର ପାଇବେ। ଷ୍ଟିଲ୍ ବ୍ୟବସାୟୀଙ୍କ ହାତକୁ ବଡ଼ କାମ ଆସିବ
ବୃଷ: ଇଚ୍ଛା ପୂରା କରିବା ପ୍ରୟାସରେ ସଫଳ ହେବେ। ମହିଳା ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ। କାର୍ଯ୍ୟବ୍ୟସ୍ତତା ଯୋଗୁଁ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେଇପାରିବେ ନାହିଁ।
ମିଥୁନ: ଆପଣ ନିଜ କଥାରେ ଲୋକଙ୍କୁ ମନାଇ ନେଇପାରିବେ। ଅନ୍ଲାଇନ୍ ବେପାରୀଙ୍କର ଭାଗ୍ୟ ଉଜ୍ଜ୍ବଳ ରହିବ। ଦୀର୍ଘ ଦିନର ଘରୋଇ ଅସୁବିଧା ଦୂର ହେବ।
କର୍କଟ: ଆପଣଙ୍କୁ ନିଜ ପ୍ରତିଭାର ଯଥେଷ୍ଟ ଲାଭ ମିଳିବ। ଜମି ସମସ୍ୟା ସମାଧାନ ହୋଇଯିବ। ଜୀବନସାଥୀ ଓ ପରିଜନଙ୍କ ସ୍ନେହ ପାଇବେ। ଆପଣ କାହାରିକୁ ସାହାଯ୍ୟ କରିବେ।
ସିଂହ: ନୂଆ ବିଚାର ଆର୍ଥିକ ପକ୍ଷ ଲାଗି ଲାଭଦାୟକ ହେବ। ବେପାରରେ ପ୍ରଗତି ହେବ। ଚାକିରି ପରିବର୍ତ୍ତନ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଦିନଟି ଭଲ।
କନ୍ୟା: ଚାକିରିରେ ନୂଆ ଦାୟିତ୍ବ ପାଇବେ। କୌଣସି ବନ୍ଧୁ ଅଚାନକ ଦେଖା କରିବାକୁ ଆସିବେ। ଭୁଲ୍ ଠିକ୍ର ପାର୍ଥକ୍ୟ ବୁଝି ନିଷ୍ପତ୍ତି ନିଅନ୍ତୁ। ଜମିରେ ନିବେଶ ପାଇଁ ଭଲ ଦିନଟିଏ।
ତୁଳା: କୌଣସି କାମକୁ ନୂଆକରି ମୂଳରୁ ଆରମ୍ଭ କରିବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ପରିବାରରେ ଅଶାନ୍ତି କମ୍ ହେବ। ସାମାଜିକ କର୍ମୀ ରୂପେ ପ୍ରସିଦ୍ଧି ବଢ଼ିବ।
ବିଛା: କାର୍ଯ୍ୟରେ ଏଭଳି ସୁଯୋଗ ପାଇବେ ଯାହା ଦ୍ବାରା ଆମଦାନି ବୃଦ୍ଧି ହେବ। ସନ୍ଧ୍ୟାରେ ଜୀବନସାଥୀଙ୍କ ସହ ଆନନ୍ଦମୟ ସମୟ କଟିବ। ବେକାରଙ୍କୁ ନିଯୁକ୍ତି ଅବସର ମିଳିବ।
ଧନୁ: ପୂରା ଦିନ ଆପଣଙ୍କ ମନ ପ୍ରସନ୍ନ ରହିବ। ନିଜ ଯୋଗ୍ୟତା ବଳରେ ପରିବାରର ନାମ ଉଜ୍ଜ୍ବଳ କରିବେ। ବ୍ୟବସାୟ କ୍ଷେତ୍ରରେ ନୂଆ ସୁଯୋଗ ପାଇବେ।
ମକର: ଆପଣଙ୍କର ପୁରୁଷାର୍ଥ ବଢ଼ିବ। କୌଣସି ଜରୁରୀ କାମରେ ଦୂର ସ୍ଥାନକୁ ଯିବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଚାକିରିଆଙ୍କର ବଦଳି ହୋଇପାରେ।
କୁମ୍ଭ: ଜୀବନକୁ ଭଲ ଢଙ୍ଗରେ ଜିଇବା ପାଇଁ ଚେଷ୍ଟା କରିବେ। ଅପ୍ରତ୍ୟାଶିତ ଧନପ୍ରାପ୍ତି ହେବ। ବନ୍ଧୁ ସହିତ ବ୍ୟବସାୟ ନେଇ କଥାବାର୍ତ୍ତା ହେବେ। ଗୃହିଣୀଙ୍କୁ ସ୍ବାମୀଙ୍କ ସହଯୋଗ ମିଳିବ।
ମୀନ: ପୁରୁଣା ଚିନ୍ତା ସମାପ୍ତ ହେବ। ଆପଣ ନିଜର ବିଚାର ଓ ଯୋଜନାକୁ କ୍ରିୟାନ୍ବିତ କରିବା ପାଇଁ ଲଗାତାର ଉଦ୍ୟମ କରିବେ। ବିଦ୍ୟାର୍ଥୀଙ୍କର ପାଠପଢ଼ାରେ ରୁଚି ବଢ଼ିବ।