ଆଲିଆ ଶ୍ରେଷ୍ଠ ଅଭିନେତ୍ରୀ, ଆଲୁ ଅର୍ଜୁନ ଶ୍ରେଷ୍ଠ ଅଭିନେତା

ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ପ୍ରତୀକ୍ଷା ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛି

ଘୋଷଣା ହୋଇଛି ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ପୁଷ୍ପା ଫିଲ୍ମ ପାଇଁ ଆଲ୍ଲୁ ଅର୍ଜୁନ ଶ୍ରେଷ୍ଠ କଳାକାର ହୋଇଥିବାବେଳେ ଗଙ୍ଗୁବାଇ କାଠିଆଓ୍ବାଡ଼ା ପାଇଁ ଆଲିଆ ଭଟ୍ଟ ଶ୍ରେଷ୍ଠ ଅଭିନେତ୍ରୀଭାବେ ଘୋଷିତ ହୋଇଛନ୍ତି । ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ପ୍ରତୀକ୍ଷା ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛି । ଏନେଇ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ।

ସଦ୍ଦାର ଉତ୍ତମ ଶ୍ରେଷ୍ଠ ହିନ୍ଦୀ ଫିଲ୍ମ ହୋଇଥିବାବେଳେ ପ୍ରତୀକ୍ଷା ଶ୍ରେଷ୍ଠ ଓଡ଼ିଆ ଫିଲ୍ମଭାବେ ବିବେଚିତ ହୋଇଛି । ପଙ୍କଜ ତ୍ରିପାଠୀ, ସହ ଅଭିନେତା (ମିମି) । ପଲ୍ଲବୀ ଯୋଶୀ, ସହ ଅଭିନେତ୍ରୀ (କାଶ୍ମିରୀ ଫାଇଲ୍ସ) । ନିଖିଲ ମହାଜନ, ଶ୍ରେଷ୍ଠ ନିର୍ଦ୍ଦେଶକ ମରାଠି ଫିଲ୍ମ (ଗୋଦାବରୀ) । କ୍ରିତି ସାନନ, ଶ୍ରେଷ୍ଠ ଅଭିନେତ୍ରୀ (ମିମି) । ରକେଟ୍ରି, ଦ ନାମ୍ବି ଏଫେକ୍ଟ’- ଶ୍ରେଷ୍ଠ ଫିଚର ଫିଲ୍ମ ।