ଚନ୍ଦ୍ରପୃଷ୍ଠରେ ଖସିପଡ଼ିଲା ଲୁନା-୨୫: ଲ୍ୟାଣ୍ଡର ୨୩ ତାରିଖ ସଂଧ୍ୟା ୬ଟା ୪ ମିନିଟ୍ ରେ ସଫ୍ଟ ଲ୍ୟାଣ୍ଡିଂ କରିବ
ଲ୍ୟାଣ୍ଡର ୨୩ ତାରିଖ ସଂଧ୍ୟା ୬ଟା ୪ ମିନିଟ୍ ରେ ସଫ୍ଟ ଲ୍ୟାଣ୍ଡିଂ କରିବ
ଚନ୍ଦ୍ରପୃଷ୍ଠରେ ଓହ୍ଲାଇବାକୁ ଯାଇଥିବା ରୁଷର ଚନ୍ଦ୍ର ମିଶନ୍ ଲୁନା-୨୫ ଯାନ୍ତ୍ରିକ ତ୍ରୁଟି ଫଳରେ ଚନ୍ଦ୍ରପୃଷ୍ଠରେ ଖସିପଡ଼ିଛି । ରୁଷର ମହାକାଶ ସଂସ୍ଥା ରସକସମସ୍ ଏନେଇ ସ୍ପଷ୍ଟ କରିଛି । ରୁଷ୍ ଅଗଷ୍ଟ ୧୧ ରେ ଲୁନା-୨୫ ଲଞ୍ଚ କରିଥିଲା ଓ ତାହା ଅଗଷ୍ଟ ୨୧ରେ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବାର ଥିଲା । ଗତକାଲି ଲୁନା-୨୫ରେ କେତେକ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିବା ରସକସମସ୍ ସୂଚନା ଦେଇଥିଲା । ଶେଷ ସମୟ ପର୍ଯ୍ୟନ୍ତ ଏହି ତ୍ରୁଟିକୁ ସଜଡ଼ା ଯାଇପାରିନଥିଲା । ଫଳରେ ମିସନ ବିଫଳ ହୋଇଯାଇଛି ।
Russia's Luna-25 spacecraft has crashed into the moon, reports Germany's DW News citing space corporation Roskosmos pic.twitter.com/ZtxYkFHUp2
— ANI (@ANI) August 20, 2023
ସେପଟେ ଚନ୍ଦ୍ରାୟନ -3ର ଲ୍ୟାଣ୍ଡର ବିକ୍ରମ 23 ତାରିଖ ସଂଧ୍ୟାରେ ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) କହିଛି ଦ୍ବିତୀୟ ତଥା ଚୂଡ଼ାନ୍ତ ବେଗ ହ୍ରାସ ପ୍ରକ୍ରିୟା ସଫଳତାର ସହିତ ‘ଲ୍ୟାଣ୍ଡର୍ ମଡ୍ୟୁଲ୍’ କକ୍ଷପଥ ପରିସୀମା ୨୫x୧୩୪ କିଲୋମିଟର୍କୁ କମାଇ ଦେଇଛି। ‘ମଡ୍ୟୁଲ୍’ର ଅଭ୍ୟନ୍ତରୀଣ ଯାଞ୍ଚ କରାଯାଇ ନିର୍ଦ୍ଧାରିତ ଅବତରଣ ସ୍ଥାନରେ ସୂର୍ଯ୍ୟୋଦୟ ହେବା ପର୍ଯ୍ୟନ୍ତ ଅପେକ୍ଷା କରାଯିବ। ଅଗଷ୍ଟ ଲ୍ୟାଣ୍ଡର ୨୩ ତାରିଖ ସଂଧ୍ୟା ୬ଟା ୪ ମିନିଟ୍ ରେ ସଫ୍ଟ ଲ୍ୟାଣ୍ଡିଂ କରିବ ବା ଅବତରଣ ପ୍ରକ୍ରିୟା (ପାୱାର୍ ଡିସେଣ୍ଟ୍) ଆରମ୍ଭ କରାଯିବ ବୋଲି ଘୋଷଣା କରାଯାଇଛି ।
Chandrayaan-3 Mission:
🇮🇳Chandrayaan-3 is set to land on the moon 🌖on August 23, 2023, around 18:04 Hrs. IST.
Thanks for the wishes and positivity!
Let’s continue experiencing the journey together
as the action unfolds LIVE at:
ISRO Website https://t.co/osrHMk7MZL
YouTube… pic.twitter.com/zyu1sdVpoE— ISRO (@isro) August 20, 2023
Chandrayaan-3 landing date and time officially announced; Check details
Read @ANI Story | https://t.co/m0mJvUMOG1#Chandrayaan3 #MoonMission #India #ISRO pic.twitter.com/xpmbUqqww2
— ANI Digital (@ani_digital) August 20, 2023