5T ସଚିବ ଭି.କେ ପାଣ୍ଡିଆନଙ୍କ ଉପରକୁ କାଳିମାଡ଼ ଘଟଣା ପରେ ବିଜେଡି ବିଜେପି ଦୋଷ ଲଦାଲଦି

ପୁରୀ: 5T ସଚିବ ଭି.କେ ପାଣ୍ଡିଆନଙ୍କ ସତ୍ୟବାଦୀ ଗସ୍ତ ସମୟରେ ତାଙ୍କ ଉପରେ ଭାସ୍କର ସାହୁ ନାମକ ଜଣେ ଦୁର୍ବୃତ୍ତ କାଳିମାଡ଼ କରିବାକୁ ନେଇ ରାଜନୀତି ଜୋର ଧରିଛି । ଭାସ୍କର ସାହୁ ନାମକ ଏହି ଯୁବକ ରାଜନୈତିକ ଦଳ ଦ୍ବାରା ପରିଚାଳିତ ହୋଇ ଏଭଳି କରିଥିବା ବିଜେଡି କହୁଥିବା ବେଳେ ବିଜେପି ଏହାକୁ ମାନିନାହିଁ ।  କାଳିମାଡ଼ ପରେ ସେଠାରେ ଉପସ୍ଥିତ ଥିବା ସାଧାରଣ ଲୋକ ଅଭିଯୁକ୍ତକୁ ନିଜ ଅକ୍ତିଆରକୁ ନେବା ପୂର୍ବରୁ ପୋଲିସ ତାକୁ ଗିରଫ କରିନେଇଛି  । କାଳିମାଡ଼ ସତ୍ତ୍ବେ ଭିକେ ପାଣ୍ଡିଆନ ହସହସ ମୁହଁରେ ଲୋକଙ୍କ ସହ ମିଶିବା ସହ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଦେଖାଦେଇଥିଲା । ଏହା ବିରୋଧୀଙ୍କ ମୁହଁରେ ଶକ୍ତ ଚାପୁଡ଼ା ବୋଲି ବିଜେଡି କହିଛି  । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଲୋକଙ୍କଠାରୁ ଅଭିଯୋଗ ଶୁଣିବାକୁ ସତ୍ୟବାଦୀରେ ପହଞ୍ଚିଥିଲେ 5T ସଚିବ ଭି.କେ. ପାଣ୍ଡିଆନ  । ଏହି ସମୟରେ ଯୋଜନାମୁତାବକ 5T ସଚିବଙ୍କ ଉପରକୁ କାଳିମାଡ଼ କରିଥିଲେ ଭାସ୍କର ।  ଲୋକଙ୍କ ଭିତରେ ଲୁଚି ରହି ଖାଲି 5T ସଚିବ ନୁହଁନ୍ତି ପୁରୀ ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ବି କାଳିମାଡ଼ କରିଥିଲେ  ।କାଳିବୋଳା ମୁହଁରେ  ଜନତାଙ୍କ ସହିତ ହାତ ମିଳାଇ ହସହସ ମୁହଁରେ ସମସ୍ୟା ଶୁଣିଥିଲେ ସଚିବ  । ଏହି ସମୟରେ ସ୍ଥାନୀୟ ଲୋକ ସ୍ନେହରେ 5T  ସଚିବଙ୍କ ମୁହଁରୁ  ନିଜ କାନିରେ କାଳି ପୋଛିଦେବା ଦେଖାଦେଇଥିଲା । ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ ଏହି କାମ ବିଜେପି କରିଥିବା ଅଭିଯୋଗ କରିଛନ୍ତି ।