ଦେବାଳିଆ ହେଲା ଚୀନର ସବୁଠୁ ବଡ଼ ରିଅଲ ଇଷ୍ଟେଟ କମ୍ପାନି

ଚୀନର ସବୁଠୁ ବଡ଼ ରିଅଲ ଇଷ୍ଟେଟ କମ୍ପାନି ଏଭରଗ୍ରାଣ୍ଡ୍‌ ଏବେ ଦେବାଳିଆ ।  ଚୀନର ରିଅଲ ଇଷ୍ଟେଟ ବଜାରରେ ଭୂମିକମ୍ପ ହୋଇଛି । ଚୀନ ମାର୍କେଟ ଡାଉନ ହୋଇଛି । ବଜାରରେ କାରବାର ବଡ଼ ସଂକଟ ସୃଷ୍ଟି ହୋଇଛି। ୨୦୨୧ ମସିହାରେ ଉକ୍ତ କମ୍ପାନି ଏହାର ବିପୁଳ ପରିମାଣର ଋଣ ପରିଶୋଧ କରିବା ପାଇଁ ଟାର୍ଗେଟ ରଖିଥିଲା କିନ୍ତୁ ଦେବାଳିଆ ଯୋଗୁ ବିଫଳ ହୋଇଥିଲା। ଏହାର ପ୍ରଭାବ ବିଶ୍ବର ଆର୍ଥିକ ବଜାର ଉପରେ ପଡ଼ିଥିଲା। ଏବେ କଂପାନି ନିଜେ ଏହି କଥା ସ୍ବୀକାର କରିଛି । ଯାହାକୁ ନେଇ ବିଶ୍ବ ବଜାର ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି ।