ସୋନିଆ ଓ ରାହୁଲ କହିବାରୁ ମିଳିଲା ଅଧ୍ୟକ୍ଷ ପଦ: ଖଡ଼ଗେ
ନୂଆଦିଲ୍ଲୀ: ବିିବାଦୀୟ ବକ୍ତବ୍ୟ ଦେଇ ଚର୍ଚାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ନିଜେ ଦଳର ଅଧ୍ୟକ୍ଷ ହେବା ନେଇ ସେ ଯେଉଁ କଥା କହିଛନ୍ତି ତାକୁ ନେଇ ବିଜେପି ଏବଂ ଖଡ଼ଗେଙ୍କ ବିରୋଧୀମାନେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ମହିଳା କଂଗ୍ରେସର କାର୍ଯ୍ୟକ୍ରମରେ ଖଡ଼ଗେ କହିଛନ୍ତି ଯେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ କହିବା ପରେ ମୁଁ ଅଧ୍ୟକ୍ଷ ପଦ ପାଇଛି। ଏହି କଥାକୁ ନେଇ ବିଜେପି ଏବେ କଂଗ୍ରେସ କୁ ଟାର୍ଗେଟ କରିଛି । ଖଡ଼ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଟାର୍ଗେଟ କରି କହିଛନ୍ତି ଯେ ମୋଦି କେବଳ ନିଜ ପ୍ରଶଂସା ପାଇବାକୁ ଚାହୁଁଛନ୍ତି ।