ଚନ୍ଦ୍ରଠାରୁ ମାତ୍ର ୧୬୩ କିଲୋମିଟର ଦୂରରେ ରହିଛି ଚନ୍ଦ୍ରଯାନ-୩ । ୨୦ ଅଗଷ୍ଟରେ ଲ୍ୟାଣ୍ଡର କକ୍ଷରୁ ଅଲଗା କରାଯାଇ ୨୩ ତାରିଖ ସନ୍ଧ୍ୟା ୫ଟା ୪୭ରେ ଏହା ସଫ୍ଟ ଲ୍ୟାଣ୍ଡିଂ କରିବ । ଚନ୍ଦ୍ରଯାନ-୩ରୁ ବିକ୍ରମ ଲ୍ୟାଣ୍ଡର ସଫଳତାର ସହ ଅଲଗା ହୋଇଛି । ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ । ଇସ୍ରୋ ପକ୍ଷରୁ ଟ୍ବିଟ୍ କରି କୁହାଯାଇଛି ଯେ ଲ୍ୟାଣ୍ଡର ମଡ୍ୟୁଲ (ଏଲ୍ଏମ୍) ସଫଳତାର ସହ ପ୍ରପଲ୍ସନ ମଡ୍ୟୁଲ୍ (ପିଏମ୍)ଠାରୁ ଅଲଗା ହୋଇଛି। ଏଲ୍ଏମ୍ ସାମାନ୍ୟ ନିମ୍ନତର କକ୍ଷପଥକୁ ଯିବା ସହ ତା’ର ଗତିବେଗ ହ୍ରାସ କରାଯିବ। ଇସ୍ରୋ ପକ୍ଷରୁ କୁହାଯାଇଛି ଯେ, ମୂଳଯାନରୁ ଅଲଗା ହେବା ପରେ ଲ୍ୟାଣ୍ଡରର ଗତିବେଗ ହ୍ରାସ କରାଯିବ ଏବଂ ଚନ୍ଦ୍ରପୃଷ୍ଠରୁ ସର୍ବନିମ୍ନ ୩୦ କିମି ଓ ସର୍ବାଧିକ ୧୦୦ କିମି ଦୂରରେ ରହି ଏହା ଅଣ୍ଡାକାର କକ୍ଷପଥରେ ଚନ୍ଦ୍ରର ପରିକ୍ରମଣ କରିବ। ଏହି କକ୍ଷପଥରୁ ଏହା ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ।
Trending
- ଚାଷୀ ପଞ୍ଜୀକରଣ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ , ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ