ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟତିଥି
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଆଜି ପୂଣ୍ୟତିଥି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ୧୬ ଅଗଷ୍ଟ, ୨୦୧୮ରେ ଏହି ମହାନ ବରପୁତ୍ରଙ୍କର ଦେହାନ୍ତ ହୋଇଥିଲା। ଏହି ମହାନ ଜନନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ସମେତ ବହୁ ତୁଙ୍ଗ ନେତା ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
Delhi | Prime Minister Narendra Modi arrived at 'Sadaiv Atal' memorial today and paid floral tribute to former PM Atal Bihari Vajpayee on his death anniversary. pic.twitter.com/S1ETY9KkVr
— ANI (@ANI) August 16, 2023
ଏଥିରେ ବିଭିନ୍ନ ରାଜନୈତିକ ଦଳର ନେତା ମାନେ ଉପସ୍ଥିତ ରହିବା ସହ ସ୍ୱର୍ଗତ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଅଟଳ ବିହାରୀ ବାଜପେୟୀଙ୍କୁ ଦେଶ ସମ୍ମାନର ସହ ମନେ ରଖିଛି । ନବ ଭାରତ ଗଠନରେ ଅଟଳ ବିହାରୀ ବାଜପେୟୀଙ୍କ ଅବଦାନ ଥିଲା ଅତୁଳନୀୟ। ଭାରତର ପ୍ରଧାନମନ୍ତ୍ରୀ ଭାବେ ତିନି ତିନି ଥର କାର୍ଯ୍ୟ କରିଥିଲେ ଅଟଳ ବିହାରୀ ବାଜପେୟୀ। ସେ ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଯିଏକି ଭାରତୀୟ ଜାତୀୟ କଂଗ୍ରେସର ନୁହଁନ୍ତି। ସେ ଜଣେ କବି ଏବଂ ଲେଖକ ଭାବରେ ମଧ୍ୟ ପରିଚିତ ଥିଲେ।