ଅକ୍ଷୟ କୁମାରଙ୍କୁ ପୁଣିଥରେ ଭାରତୀୟ ନାଗରିକତା

ଅଭିନେତା ଅକ୍ଷୟ କୁମାରଙ୍କୁ ଏବେ ସୋସିଆଲ ମିଡିଆରେ ଚର୍ଚା ଜୋର ଧରିଛି । ତାଙ୍କ ସମର୍ଥକମାନେ ତାଙ୍କୁ ଅଭିନନ୍ଦନ ଜଣାଉଥିବା ବେଳେ ତାଙ୍କ ବିରୋଧୀ ତାଙ୍କୁ ସମାଲୋଚନା କରୁଛନ୍ତି । ଏହାର କାରଣ ହେଉଛି କି ପୁଣିଥରେ ଭାରତୀୟ ନାଗରିକତା ମିଳିଛି ତାଙ୍କୁ। ସ୍ୱାଧୀନତା ଦିବସ ଅବସରରେ ଅକ୍ଷୟ କୁମାର ଟ୍ୱିଟରରେ ଏହି ଖୁସି ଖବର ସେୟାର କରିଛନ୍ତି। ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇ ଅକ୍ଷୟ କୁମାର ଲେଖିଛନ୍ତି, ‘‘ଏବେ ହୃଦୟ ଏବଂ ନାଗରିକତା ଉଭୟ ଭାରତୀୟ। ଜୟ ହିନ୍ଦ।’’ତେବେ କାନାଡାର ନାଗରିକତ୍ୱକୁ ନେଇ କ୍ରମାଗତ ସମାଲୋଚନାର ସମ୍ମୁଖୀନ ହେଉଥିବା ଅକ୍ଷୟ ୨୦୧୯ ମସିହାରେ ନିଜେ ଭାରତୀୟ ନାଗରିକତ୍ୱ ପାଇବାକୁ ଆବେଦନ କରିଥିଲେ। ବହୁବର୍ଷ ଅପେକ୍ଷା କରିବା ପରେ ଯାଇ ତାଙ୍କୁ ଏହି ନାଗରିକତ୍ବ ମିଳିଥିବାରୁ ଅକ୍ଷୟ ବହୁତ ଖୁସି ଅଛନ୍ତି ଆଉ କହିଛନ୍ତି, ‘ଲୋକେ ମୋତେ  ‘କାନାଡା କୁମାର’ ବୋଲି ଯେତେବେଳେ କୁହନ୍ତି ବହୁତ ଖରାପ ଲାଗେ।