ନୂଆଦିଲ୍ଲୀ : ହରଡ଼, ବୁଟ, ମଟର, ମୁଗ, ବିରି, ଗହମ, ଅଟା, ଚାଉଳ, ସୁଜି ଓ ଟମାଟୋ ସମେତ ବିଭିନ୍ନ ପନିପରିବାର ଦାମ୍ରେ ହୋଇଥିବା ବୃଦ୍ଧି ସାଧାରଣ ଲୋକଙ୍କ ନିଜ ହଜାଇଛି। ଖାଦ୍ୟ ସାମଗ୍ରୀ ଦରରେ ହୋଇଥିବା ବୃଦ୍ଧିର ପ୍ରଭାବ ଜୁଲାଇ ମାସର ଖୁଚୁରା ମୁଦ୍ରାସ୍ଫୀତିରେ ପ୍ରତିଫଳିତ ହୋଇଛି। ଜୁଲାଇରେ ଏହି ମୁଦ୍ରାସ୍ଫୀତି ୭.୪୪ ପ୍ରତିଶତକୁ ବୃଦ୍ଧି ପାଇଛି ଯାହା ଭାରତୀୟ ରିଜର୍ଭ ବ୍ୟାଙ୍କ ଧାର୍ଯ୍ୟ କରିଥିବା ୬ ପ୍ରତିଶତ ସୀମାକୁ ପୁଣି ଥରେ ଟପିଯାଇଛି। ଗତ ଜୁନ୍ରେ ଖୁଚୁରା ମୁଦ୍ରାସ୍ଫୀତି ୪.୮୧ ପ୍ରତିଶତ ଥିଲା। ମାସକ ଭିତରେ ସେଥିରେ ବଡ଼ ଧରଣର ବୃଦ୍ଧି ହୋଇଛି। ଖୁଚୁରା ମୁଦ୍ରାସ୍ଫୀତି ୧୫ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଶେଷ ଥର ପାଇଁ ୨୦୨୨ ମେ’ରେ ଏହି ମୁଦ୍ରାସ୍ଫୀତି ହାର ୭.୭୯ ପ୍ରତିଶତ ଥିଲା। ଅନ୍ୟପକ୍ଷରେ ଜୁଲାଇରେ ପାଇକାରୀ ମୁଦ୍ରାସ୍ଫୀତି ୧.୩୬ ପ୍ରତିଶତ ରହିଛି।
Trending
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ