ଚନ୍ଦ୍ରର ଆହୁରି ନିକଟତର ହେବ ଚନ୍ଦ୍ରଯାନ-୩
ହାଇଦ୍ରାବାଦ: ଆଜି ଚନ୍ଦ୍ରର ଆହୁରି ନିକଟତର ହେବ ଚନ୍ଦ୍ରଯାନ-୩ । ଚତୁର୍ଥ କକ୍ଷପଥ ପରିବର୍ତ୍ତନ କରିବ ଚନ୍ଦ୍ରଯାନ-୩ । ଏହାପରେ ଚନ୍ଦ୍ରଠୁ ଦୂରତା ଆହୁରି ହ୍ରାସ ପାଇବ । ଆସନ୍ତା ୧୬ତାରିଖରେ ପଞ୍ଚମ କକ୍ଷପଥ ପରିବର୍ତ୍ତନ କରାଯିବ ।୧୭ ଅଗଷ୍ଟରେ ପ୍ରପଲସନ ଓ ଲ୍ୟାଣ୍ଡର ମଡ୍ୟୁଲ ଅଲଗା ହେବେ । ୧୮ ଅଗଷ୍ଟରେ ଲ୍ୟାଣ୍ଡର ମଡ୍ୟୁଲ କକ୍ଷର ଉଚ୍ଚତା ହ୍ରାସ କରାଯିବ । ୨୦ ଅଗଷ୍ଟରେ ଲ୍ୟାଣ୍ଡର କକ୍ଷରୁ ଅଲଗା କରାଯାଇ ୨୩ ଅଗଷ୍ଟରେ ଦକ୍ଷିଣ ମେରୁରେ ଅବସ୍ଥାପିତ କରାଯିବ । ସେପଟେ ଲ୍ୟାଣ୍ଡିଂ ପାଇଁ ଏବେ ଏବଂ ଭବିଷ୍ୟତ ପାଇଁ ଟ୍ରାଫିକ ସିଷ୍ଟମ ବିକଶିତ କରିବାକୁ ଯୋଜନା କରିଛି ଇସ୍ରୋ ।