ସ୍ୱାଧୀନତା ଦିବସ ସମାରୋହରେ 50 ବିଦ୍ୟାଳୟ ଶିକ୍ଷକ ଯୋଗ ଦେବେ

ନୂଆଦିଲ୍ଲୀ:  77ତମ ସ୍ବାଧୀନତା ଦିବସ ସମାରୋହରେ ସ୍ୱାଧୀନତା ଦିବସ ସମାରୋହରେ 50 ବିଦ୍ୟାଳୟ ଶିକ୍ଷକ ଯୋଗ ଦେବେ । ନିଜ କ୍ଷେତ୍ରରେ ଉଲ୍ଲେଖନୀୟ ଉତ୍ସର୍ଗୀକୃତତା ଏବଂ ପ୍ରତିବଦ୍ଧତା ପ୍ରଦର୍ଶନ କରିଛନ୍ତି, ସେମାନଙ୍କୁ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ଦ୍ୱାରା ନିମନ୍ତ୍ରଣ କରାଯାଇଛି | ଏହି ଶିକ୍ଷାବିତମାନେ ସାରା ଦେଶର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଏବଂ କେନ୍ଦ୍ରିୟ ବିଦ୍ୟାଳୟ ସଂଗଠନ ସ୍କୁଲ ଗୁଡ଼ିକରୁ ଆସିଛନ୍ତି। ଏହି ସ୍ୱତନ୍ତ୍ର ଅତିଥିମାନେ ଅଗଷ୍ଟ 14 ରୁ ଅଗଷ୍ଟ 15, 2023 ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିବା ଦୁଇ ଦିନିଆ କାର୍ଯ୍ୟକ୍ରମରେ ଯୋଗଦେବେ ଏବଂ ସେମାନଙ୍କର ଏହି କାର୍ଯ୍ୟରେ ଦେଶର ଐତିହ୍ୟ ଏବଂ ପ୍ରଗତିର ମହତ୍ତ୍ବକୁ ଅନ୍ତର୍ଭୁକ୍ତ କରୁଥିବା କାର୍ଯ୍ୟକଳାପ ଅନ୍ତର୍ଭୁକ୍ତ। ପ୍ରୋଗ୍ରାମର ମୁଖ୍ୟ ବିଷୟ ଗୁଡିକ ନିମ୍ନ ପ୍ରକାରେ:

କର୍ତ୍ତବ୍ୟ ପଥରେ ସେମାନେ ଦେଶର ସାର୍ବଭୌମତ୍ବ ରକ୍ଷା କରିଥିବା ବୀର ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଏହା ପରେ, ନୂଆଦିଲ୍ଲୀରେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ  ରାଜକୁମାର ରଂଜନ ସିଂଙ୍କ ସହ ନିମନ୍ତ୍ରିତ ବିଦ୍ୟାଳୟ ଶିକ୍ଷକମାନଙ୍କର ଏକ ପାରସ୍ପରିକ ଅଧିବେଶନ ହେବ। ସ୍ବାଧୀନତା ଦିବସ ସମାରୋହରେ ସେମାନେ ଉପସ୍ଥିତ ରହିବେ ।