୮ ୱିକେଟ୍‌ରେ ହାରିଲା ଭାରତ

ଲୌଡରହିଲ୍‌: ୱେଷ୍ଟଇଣ୍ଡିଜ୍ ବିପକ୍ଷ ପଞ୍ଚମ ଟ୍ବେଣ୍ଟି-୨୦ରେ ଭାରତ ୮ ୱିକେଟ୍‌ରେ ପରାସ୍ତ ହୋଇଛି ।  ପ୍ରଥମ ଥର ପାଇଁ ଭାରତକୁ ୱେଷ୍ଟଇଣ୍ଡିଜ୍ ଏକ ୫ ମ୍ୟାଚ୍‌ ଶୃଙ୍ଖଳାରେ ପରାସ୍ତ କରିଛି। ବ୍ୟାଟିଂ ବିଫଳତା ସହିତ ଭାରତ ୧୬୫ ରନ୍‌ରେ ସୀମିତ ରହିଥିଲା। ବ୍ରାଣ୍ଡନ୍ କିଙ୍ଗ୍ ୮୫*) ଏବଂ ନିକୋଲାସ ପୂରନ (୪୭)ଙ୍କ ଶତକୀୟ ଭାଗୀଦାରି (୧୨ ଓଭରରେ ୧୦୭ ରନ୍) ବଳରେ ଘରୋଇ ଦଳ ଏହି ବର୍ଷା ଓ ଘଡ଼ଘଡ଼ି ବାଧାପ୍ରାପ୍ତ ମ୍ୟାଚ୍‌‌କୁ ଅତି ସହଜରେ ୨ ଓଭର ପୂର୍ବରୁ ଜିତିଯାଇଥିଲା।ସୂର୍ଯ୍ୟକୁମାର ଯାଦବଙ୍କ କ୍ରମାଗତ ଅର୍ଦ୍ଧଶତକ ସତ୍ତ୍ବେ ଭାରତ ପ୍ରଥମେ ବ୍ୟାଟିଂ କରି ୧୬୫ ରନ୍‌ କରିଥିଲା। ତୃତୀୟ ଓଭର ଏବଂ ୧୭ ରନ୍‌ ଭିତରେ ପ୍ରାରମ୍ଭିକ ଯୋଡ଼ି ଗିଲ୍‌ ଓ ଜୟସ୍ବାଲ ପ୍ୟାଭିଲିଅନ୍ ଫେରିଯାଇଥିଲେ। ସୂର୍ଯ୍ୟକୁମାର ଏବଂ ତିଳକ ବର୍ମା ୫ ଓଭରରେ ୪୯ ରନ୍‌ ଯୋଡ଼ି ସ୍ଥିତି ସୁଧାରିବାକୁ ଚେଷ୍ଟା କରିଥିଲେ। ତିଳକଙ୍କ ବିଦାୟ ପରେ ଭାରତ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲେ। ଭାରତର ପାଳି ଆରମ୍ଭ କରିଥିଲେ ଯଶସ୍ବୀ ଜୟସ୍ବାଲ  । ସେ ୫ରନ୍‌ କରି ଆଉଟ ହୋଇଥିଲେ ।  ଶୁବମନ ଗିଲ୍‌ ୯ରନ୍‌ କରିଥିଲେ।  ଭାରତ ୬ ରନ୍‌ରେ ଜୟସ୍ବାଲ ଓ ୧୭ ରନ୍‌ରେ ଗିଲ୍‌ଙ୍କୁ ହରାଇ ଥିଲା।  ତିଲକ ବ୍ୟକ୍ତିଗତ ଭାବେ ୨୭ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇଥିଲେ।ସୂର୍ଯ୍ୟକୁମାର ଯାଦବ  ୪୫ଟି ବଲ୍‌ ଖେଳି ୪ଟି ଚୌକା ଓ ୩ଟି ଛକା ବଳରେ ୬୧ ରନ୍‌ ସଂଗ୍ରହ କରିଥିଲେ। ସଂଜୁ ସାମସନ୍‌ ୧୩, ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୧୪, ଅର୍ଶଦୀପ ସିଂହ ୮ ରନ୍‌ କରିଥିଲେ। ଅକ୍ଷର ପଟେଲ ୧୩ ରନ୍‌ ଓ ୟୁଜବେନ୍ଦ୍ର ଚହଲ ଶୂନ୍ୟ ରନ୍‌ ଓ ମୁକେଶ କୁମାର ୪ରନ୍‌ କରିଥିଲେ ।