ନୂଆଦିଲ୍ଲୀ: ସଂସଦରେ ଅନାସ୍ଥା ପ୍ରସ୍ତାବ ନେଇ ପ୍ରଧାନମନ୍ତ୍ରୀଙ୍କ ବିବୃତିକୁ କଡା ସମାଲୋଚନା କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ୨ ଘଣ୍ଟା ୧୩ ମିନିଟ ଭାଷଣରେ ମାତ୍ର ଦୁଇ ମିନିଟ ମଣିପୁର କଥା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏଥିରୁ ସ୍ପଷ୍ଟ ଯେ ମଣିପୁରର ସ୍ଥିତି କଣ ସେ ଜାଣିନାହାନ୍ତି । ସେ ନିଜେ ଏହି ସ୍ଥିତିକୁ ଦେଖିବା କଥା ।ମଣିପୁର ଯାଇ ଲୋକଙ୍କ କଥା ବୁଝିବା କଥା । ଲୋକଙ୍କୁ ବିଶ୍ବାସ ଦେବା ଦରକାର ସେମାନଙ୍କ ପାଇଁ ଏ ଦେଶରେ ପ୍ରଧାନମନ୍ତ୍ରୀ ଅଛନ୍ତି । କିନ୍ତୁ ମଣିପୁର କଥା ବୁଝିବା ପାଇଁ ଏ ସରକାର ସକ୍ଷମ ନୁହେଁ । ସଂସଦରେ ଏଭଳି ଗମ୍ଭୀର ସ୍ଥିତି ଉପରେ ଆଲୋଚନା କରିବା ବଦଳରେ ପ୍ରଧାନମନ୍ତ୍ରୀ ହସୁଛନ୍ତି । ମଣିପୁରରେ ଭାରତମାତାର ହତ୍ୟା କରିଛି ବିଜେପି । ସ୍ଥିତିକୁ ନିୟନ୍ତ୍ରଣ କରିବା ବଦଳରେ ଜଳିବାକୁ ଦିଆଯାଇଥିଲା ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ