ରିଲିଜ ହୋଇଛି ବହୁପ୍ରତୀକ୍ଷିତ ଫିଲ୍ମ ’ଜେଲର’
ଚେନ୍ନାଇ: ଆଜି ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ’ଜେଲର’ ରିଲିଜ ହୋଇଛି । ଫିଲ୍ମରେ ରଜନୀକାନ୍ତ ଜେଲର ଭୂମିକାରେ ନଜର ଆସିଛନ୍ତ । ପ୍ରି-ବୁକିଂରେ ଫିଲ୍ମ ୧୪କୋଟି ୧୮ ଲକ୍ଷ ରୋଜଗାର କରିଛି । ପ୍ରଥମ ଦିନରେ ଫିଲ୍ମ ୪୦ରୁ ୪୫ କୋଟି କଲେକ୍ସନ କରିବ ବୋଲି ମେକର୍ସ ଆଶା ରଖିଛନ୍ତି । ତାମିଲନାଡୁର ୯ଶହ ଥିଏଟର୍ସରେ ଜେଲର ରିଲିଜ ହୋଇଛି । ତାମିଲ ଭାଷାରେ ନିର୍ମିତ ଏହି ଫିଲ୍ମକୁ ହିନ୍ଦୀ ଓ ଅନ୍ୟ ଭାଷାରେ ଡବିଂ କରାଯାଇଛି ।