ସଂସଦରେ ରାହୁଲ ଗାନ୍ଧୀଙ୍କ ବିତର୍କ ପରେ ବିବୃତି ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କହିଛନ୍ତି ମଣିପୁରରେ ହିଂସା ହେବା ପରଠାରୁ ସମାଧାନ ପାଇଁ ଅନେକ ପ୍ରୟାସ କରାଯାଇଛି । ସ୍ବାଧୀନତା ପରଠାରୁ ମଣିପୁରରେ ହିଂସା ହୋଇଥିବା ବେଳେ କେବେ ବି ପ୍ରଧାନମନ୍ତ୍ରୀ ଗୃହରେ ବୟାନ ଦେଇନାହାନ୍ତି । କିନ୍ତୁ ଏବେ ପ୍ରଧାନମନ୍ତ୍ରୀଙ୍କ ବୟାନ ଦାବି କରି ଗୃହ ଠପ୍ କରିବାକୁ ଚେଷ୍ଟା କରିଛନ୍ତି ବିରୋଧୀ । ସେ କହିଛନ୍ତି ଯେ ହିଂସାକୁ କେହି ସମର୍ଥନ କରନ୍ତି ନାହିଁ। ଯେଉଁ ଘଟଣା ଘଟିଛି ତାହା ଲଜ୍ଜାଜନକ। ଏହାକୁ ରାଜନୀତୀକରଣ କରିବା ଆହୁରି ଲଜ୍ଜାଜନକ। ମଣିପୁର ପ୍ରସଙ୍ଗରେ ସରକାର ଆଲୋଚନା କରିବାକୁ ଚାହୁଁନାହାନ୍ତି ବୋଲି ଏକ ଭୁଲ ଧାରଣା ସୃଷ୍ଟି ହୋଇଛି। ମୁଁ ବାଚସ୍ପତିଙ୍କୁ ଚିଠି ଲେଖିଥିଲି। କିନ୍ତୁ ବିରୋଧୀ ଆଲୋଚନା ଚାହୁଁନଥିଲେ। ସେମାନେ ଗୃହମନ୍ତ୍ରୀଙ୍କୁ ବି କହିବାକୁ ଦେବାକୁ ଚାହୁଁନାହାନ୍ତି । ଦେଶର ଉତ୍ତରପୂର୍ବ ଅଞ୍ଚଳକୁ କେନ୍ଦ୍ର ସରକାର ସବୁବେଳେ ଫୋକସରେ ରଖିଛନ୍ତି ବୋଲି ଅମିତ ଶାହ କହିଛନ୍ତି । ମଣିପୁର ଭିଡିଓ ଭାଇରାଲ ପଛରେ ଷଡ଼ଯନ୍ତ୍ର ହୋଇଛି ବୋଲି ଅମିତ ଶାହ କହିଛନ୍ତି । ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂଙ୍କୁ କାହିଁକି ହଟାଗଲା ନାହିଁ ବୋଲି ପ୍ରଶ୍ନରେ ଅମିତ ଶାହ କହିଛନ୍ତି ଯେ, ରାଜ୍ୟ ସରକାର ଶାନ୍ତି ପାଇଁ ଅନେକ ପ୍ରୟାସ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ସେତେବେଳେ ହଟାଯାଏ ଯେତେବେଳେ ରାଜ୍ୟ ସରକାର ବିଫଳ ହୁଅନ୍ତି । କିନ୍ତୁ ବିରେନ ସିଂ ଅନବରତ ପ୍ରୟାସ କରୁଛନ୍ତି । ଦେଶରେ ଗତ ୯ ବର୍ଷରେ ଅନେକ ବିକାଶ କରିଛନ୍ତି ସରକାର । ଦେଶର ଜନତା କେନ୍ଦ୍ର ସରକାରଙ୍କ ଉପରେ ଭରସା ରଖିଥିବା ବେଳେ ବିରୋଧୀଙ୍କ ମଧ୍ୟରେ ଏହି ଭରସା ନାହିଁ । ଏହି ଅନାସ୍ଥା ପ୍ରସ୍ତାବ ଲୋକଙ୍କ ମଧ୍ୟରେ ଭ୍ରମ ଧାରଣା ସୃଷ୍ଟି କରିବା ପାଇଁ ଅଣାଯାଇଛି ।
Trending
- ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତି , ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
- ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର ବଦଳିବ
- ଶ୍ରାବଣ ମାସର ତୃତୀୟ ସୋମବାର
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?